Asia Cup
ଅନାଇ ବସିଥିଲା ପାକିସ୍ତାନ । ଦୁଆର ବନ୍ଦ କରିଦେଲା ଭାରତ । ଚାହିଁଲାନି କି ହାତ ମିଶାଇଲାନି । ପାକିସ୍ତାନକୁ ମ୍ୟାଚରେ ଧୂଳି ଚଟାଇଲା ।
ଔକାତ୍ ବି ଦେଖାଇଦେଲା ଭାରତ । ପଡ଼ିଆରେ ପହଲଗାମ ହମଲାର ରିଆକ୍ସନ୍ ।
ବିବାଦ, ବିତର୍କ ଓ ବର୍ଜନର ଆହ୍ବାନ ଭିତରେ ଦୁବାଇରେ ଆୟୋଜନ ହୋଇଥିଲା ହାଇଭୋଲଟେଜ୍ ମ୍ୟାଚ୍। ହେଲେ ପହଲଗାମ ହମଲା ଭାରତୀୟ ଖେଳାଳିଙ୍କ ଉପରେ କେତେ ପ୍ରଭାବ ପକାଇଥିଲା ତାହା ଟସ୍ ପଡ଼ିବା ବେଳରୁ ହିଁ ସ୍ପଷ୍ଟ ହୋଇଯାଇଥିଲା। ଆରମ୍ଭରୁ ପାକିସ୍ତାନକୁ ଭାରତ ଦେଇଥିଲା କଡ଼ା ଆଉ ସ୍ପଷ୍ଟ ବାର୍ତ୍ତା- ଖେଳିବାକୁ ଆସିଛୁ, ହ୍ୟାଣ୍ଡସେକ୍ କରିବାକୁ ନୁହେଁ। ଟସ୍ ପଡ଼ିବା ବେଳେ ପାକିସ୍ତାନ କ୍ୟାପଟେନ୍ ସଲମାନ ଆଗାଙ୍କ ସହ କରମର୍ଦ୍ଦନ ପାଇଁ ମନା କରିଦେଇଥିଲେ ସୂର୍ଯ୍ୟକୁମାର ୟାଦବ। ମ୍ୟାଚରେ ପାକିସ୍ତାନ ପୁଣି ଲଜ୍ଜାଜନକ ପରାଜୟ ଭୋଗିଲା।
ଭାରତର ବିଶାଳ ବିଜୟ ଯେତିକି ଖୁସି କରୁଥିଲା ସେତିକି ଗର୍ବିତ କରିଥିଲା ଭାରତୀୟ ଖେଳାଳିଙ୍କ ଆଭିମୁଖ୍ୟ। ଚର୍ଚ୍ଚାରେ ଥିଲା ପାକିସ୍ତାନକୁ ଟିମ୍ ଇଣ୍ଡିଆର ସାଇଲେଣ୍ଟ ବୟକଟ୍। ମ୍ୟାଚ୍ ପରେ ହାତ ମିଳାଇବାକୁ ପଡ଼ିଆରେ ଅପେକ୍ଷା କରିଥିଲେ ପାକିସ୍ତାନ ଖେଳାଳି। ହେଲେ ୱିନିଂ ସଟ୍ ଖେଳି ସିଧା ଡ୍ରେସିଂ ରୁମକୁ ଫେରିଥିଲେ ସୂର୍ଯ୍ୟ-ଶିବମ୍ ଯୋଡ଼ି। ନା କୌଣସି ଖେଳାଳିଙ୍କ ସହ ହାତ ମିଳାଇଥିଲେ ନା କଥା ହୋଇଥିଲେ। ଡ୍ରେସିଂ ରୁମକୁ ଆସି ସିଧା କବାଟ ବନ୍ଦ କରିଦେଇଥିଲେ। କ୍ୟାପଟେନ୍ ସୂର୍ଯ୍ୟକୁମାର କହିଛନ୍ତି, ଏହା ଦଳର ସାମୁହିକ ନିଷ୍ପତ୍ତି ଥିଲା । ଆମେ ପହଲଗାମ ପୀଡ଼ିତଙ୍କ ସହ ଅଛୁ ଓ ଏ ବିଜୟ ସେନାକୁ ସମର୍ପିତ। ...
ପଡ଼ିଆରେ ଭାରତଠୁ ପ୍ରତ୍ୟାଖ୍ୟାତ ପରେ ରାଗରେ ଗରଗର ହେଉଛି ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ ପିସିବି ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ, ICC ନିକଟରେ ଫେରାଦ ହୋଇଛି। PCB ଅଧ୍ୟକ୍ଷ ମୋହସିନ୍ ନକଭି ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେବା ସହ ମ୍ୟାଚ୍ ରେଫରି ICC ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ତୁରନ୍ତ ଏସିଆ କପରୁ ମ୍ୟାଚ୍ ରେଫରିଙ୍କୁ ତୁରନ୍ତ ବାହାର କରିବାକୁ ଦାବି କରିଛି ପାକିସ୍ତାନ। ସେହିପରି ଏସିଆନ୍ କ୍ରିକେଟ୍ କାଉନସିଲ ବା ACC ପାଖରେ ବି ଅଭିଯୋଗ କରିଛି।
PCB କହିଛି, ଭାରତୀୟ ଖେଳାଳିମାନେ ଖେଳ ଶେଷ ପରେ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ନମିଳାଇବା ଖେଳ ଭାବନାର ବିପରୀତ। ଅନ୍ୟପଟେ ପାକିସ୍ତାନ କୋଚ୍ ମାଇକ୍ ହେସନଙ୍କ କହିବା କଥା- ଆମେ ମ୍ୟାଚ୍ ପରେ ହାତ ମିଳାଇବା ପାଇଁ ପ୍ରସ୍ତୁତ ଥିଲୁ। କିନ୍ତୁ ବିପକ୍ଷ ଦଳ ଏହା ନକରିବାରୁ ଦୁଃଖ ଦେଇଛି। ମ୍ୟାଚ୍ ପରେ ପାକିସ୍ତାନ କ୍ୟାପଟେନ୍ ପ୍ରେଜେଣ୍ଟେସନ୍ ସେରିମନି ଓ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇନଥିଲେ।
ସବୁବେଳେ ଚର୍ଚ୍ଚାରେ ରହିଆସିଥାଏ ଭାରତ-ପାକିସ୍ତାନ ମ୍ୟାଚ୍ । ପୂର୍ବରୁ ମ୍ୟାଚ୍ ବେଳେ ଉଭୟ ଦେଶର ଖେଳାଳି ପରସ୍ପରକୁ କରମର୍ଦ୍ଦନ କରିବା ସହ କଥା ହେବାର ନଜିର ବି ରହିଛି । କିନ୍ତୁ ପହଲଗାମ ହମଲା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ଭାରତୀୟ ଖେଳାଳିଙ୍କ ଆଭିମୁଖ୍ୟକୁ ନେଇ ଭାରତୀୟମାନେ ଗର୍ବ କରୁଛନ୍ତି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Asia_Cup_1757948766.jpg)