Advertisment

"ରାଜନୀତିରେ ପ୍ରବେଶ ପାଇଁ ମୋ ପାଖରେ ବହୁ ଦଳର ଅଫର୍ ଅଛି"

ଭାରତର କ୍ରିକେଟ ଇତିହାସର ସଫଳ ସ୍ପିନର ଭାବେ ବେଶ ପରିଚିତ ହରଭଜନ ସିଂହ । ଗତକାଲି କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି। ଭଜିଙ୍କ କ୍ରିକେଟ ଇନିଂସ ସମାପ୍ତ ହେବା ପରେ ଏବେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ।

ଅଦ୍ୟତନ ହୋଇଛି
Harbhajan Singh

Harbhajan Singh

Advertisment

ନୂଆଦିଲ୍ଲୀ: ଭାରତର କ୍ରିକେଟ ଇତିହାସର ସଫଳ ସ୍ପିନର ଭାବେ ବେଶ ପରିଚିତ ହରଭଜନ ସିଂହ । ଗତକାଲି କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି। ଭଜିଙ୍କ କ୍ରିକେଟ ଇନିଂସ ସମାପ୍ତ ହେବା ପରେ ଏବେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଯଦିଓ ଏହାକୁ ସେ ଅସ୍ୱୀକାର କରୁଛନ୍ତି । କିନ୍ତୁ ତାଙ୍କ ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ବେଶ ଜୋର ଧରିଛି ।

Advertisment

ଆଉ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିବନି ଭଜିଙ୍କ ଯାଦୁ। ଆଉ ଷ୍ଟାଣ୍ଡରୁ ଶୁଭିବନି ଭଜି ଭଜିର ନାରା । କାରଣ କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଆଜି ଅଲବିଦା କହିଛନ୍ତି ଟିମ୍‌ ଇଣ୍ଡିଆର ଅପସ୍ପିନର ହରଭଜନ ସିଂହ। ସେ ଟ୍ୱିଟ ଯୋଗେ କ୍ରିକେଟରୁ ଅବସର ନେଇଥିବା ସୂଚନା ଦେଇଛନ୍ତି। ଏଥିସହ ୟୁଟ୍ୟୁବରେ ମଧ୍ୟ ସେ ଗୋଟିଏ ଭିଡିଓ ପୋଷ୍ଟ କରି ଅବସରର କାରଣ ମଧ୍ୟ ଜଣାଇଛନ୍ତି ।

ନିକଟରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଓ ହରଭଜନ ସିଂହଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା। ଏହି ଫଟୋକୁ ସିଦ୍ଧୁ ତାଙ୍କର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଫଟୋକୁ ନେଇ ଭଜିଙ୍କ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Advertisment

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇର ଏକ ସାକ୍ଷାତକାରରେ ହରଭଜନ କହିଛନ୍ତି ଯେ,‘ ମୁଁ ପ୍ରତ୍ୟେକ ଦଳର ନେତାଙ୍କୁ ଜାଣେ। ଯଦିଓ ମୁଁ ରାଜନୀତିରେ ପ୍ରବେଶ କରିବି,ତେବେ ମୁଁ ଆପଣଙ୍କୁ ପ୍ରଥମେ କହିବି । ରାଜନୀତି ହେଉ ଅବା ଅନ୍ୟ କିଛି ପଞ୍ଜାବର ସେବା ହେଉଛି ମୋର ମୁଖ୍ୟ ଲକ୍ଷ୍ୟ। ମୁଁ ରାଜନୀତିରେ ପ୍ରବେଶ କରିବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହିଁ।’

କଂଗ୍ରେସ ଦଳରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ହରଭଜନ କହିଛନ୍ତି ଯେ, ‘ମୋତେ ବିଭିନ୍ନ ଦଳରୁ ଅଫର୍ ଆସିଛି, କିନ୍ତୁ ମୁଁ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହିଁ।’ ନବଜୋତ ସିଂହ ସିଦ୍ଧୁଙ୍କ ସହ ଉଠାଇଥିବା ଫଟୋ ଉପରେ ସେ କହିଛନ୍ତି ଯେ ସିଦ୍ଧୁଙ୍କୁ ସେ କ୍ରିକେଟର ଭାବେ ଦେଖା କରିଥିଲେ । ଏବେ ଚର୍ଚ୍ଚା ଜୋର ଧରିଛି କି ଅନ୍‌ଫିଲ୍ଡ ନିଜ ଗୁଗଲି ବଲରେ ଖେଳାଳିଙ୍କୁ ଚକମା ଦେଉଥିବା ବେଳେ ଏବେ ଅଫ୍‌ଫିଲ୍ଡରେ ମଧ୍ୟ ଲୋକଙ୍କୁ ଚକମା ଦେଉଛନ୍ତି ।

Advertisment

ଭଜିଙ୍କ ଅବସର ସହ ୨୩ ବର୍ଷ ଧରି କ୍ରିକେଟରେ ଚାଲିଥିବା ତାଙ୍କ ଯାଦୁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୦୦ ମସିହାରୁ ଭଜି ଟିମ୍‌ ଇଣ୍ଡିଆର ସବୁ ଫର୍ମାଟରେ ଜଣେ ସକ୍ରିୟ ସଦସ୍ୟ ଭାବେ ଖେଳି ଆସୁଥିଲେ। କିନ୍ତୁ ୧୯୯୮ ମାର୍ଚ୍ଚରେ ସେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ଜିତିଥିବା ଟିମ୍‌ରେ ହରଭଜନ ରହିଥିଲେ।

୨୦୦୧ରେ ଭାରତ ଘରୋଇ ମାଟିରେ ଷ୍ଟିଭ ୱଙ୍କ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା। ଏହି ସମୟରେ ଭଜିଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଏହି ଟେଷ୍ଟ ମ୍ୟାଚ୍‌ ତାଙ୍କ କ୍ରିକେଟ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିଲା ଓ ସେ ଟିମ୍‌ ଇଣ୍ଡିଆର ଜଣେ ନିୟମିତ ସଦସ୍ୟ ହୋଇ ଯାଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଉକ୍ତ ସିରିଜ୍‌ରେ ସେ ୩୨ଟି ୱିକେଟ ନେଇଥିଲେ। ଏହା ମଧ୍ୟରେ ଗୋଟିଏ ହ୍ୟାଟ୍ରିକ ବି ରହିଥିଲା। ଇଡେନ ଗାର୍ଡେନରେ ଖେଳ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଥିଲେ। ଏଥିସହ ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟରେ ହ୍ୟାଟ୍ରିକ ହାସଲ କରିବାର ରେକର୍ଡ କରିଥିଲେ।

Politics Harbhajan Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ