Advertisment

ନ୍ୟୁଜିଲାଣ୍ଡଠାରୁ ହାରି ବିଶ୍ୱକପରୁ ବିଦା ହେଲା ଟିମ ଇଣ୍ଡିଆ

ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଲେନ୍ ସାମ୍।

New Zealand defeat India in a penalty shootout

New Zealand defeat India in a penalty shootout

Advertisment

ହକି ବିଶ୍ୱକପରେ ନିରାଶ କଲା ଭାରତ। ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଲଢେଇ କରି ନ୍ୟୁଜିଲାଣ୍ଡଠାରୁ ହାରି ବିଶ୍ୱକପରୁ ବିଦା ହେଲା ଟିମ ଇଣ୍ଡିଆ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ରସଓଭର ମ୍ୟାଟ୍‌ରେ ଭାରତକୁ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ପେନାଲଟି ଶୁଟ୍ ଆଉଟରେ ପରାସ୍ତ ହେଲା ଭାରତ ମ୍ୟାଚ ନିର୍ଦ୍ଧାରିତ ସମୟରେ ୩-୩ରେ ଡ୍ର ରହିବା ପରେ ପେନାଲଟି ସୁଟ  ଆଉଟ ନିର୍ଣ୍ଣାୟକ ହୋଇଥିଲା।

Advertisment

ଆଜିର ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମରୁ ହିଁ ଆକ୍ରମଣାତ୍ମକ ଖେଳିଥିଲା ଭାରତ। ଦ୍ୱିତୀୟ କ୍ୱାର୍ଟରର ୧୭ ମିନିଟରେ ମିଳିଥିବା ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲା ଭାରତ। ଲଲିତ ଉପାଧ୍ୟାୟ ଏହି ଗୋଲ କରିଥିଲେ। ଏହା ପରେ ସେହି ଦ୍ୱିତୀୟ କ୍ୱାର୍ଟରରେ ମିଳିଥିବା ଆଉ ଏକ ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲେ ସୁଖଜିତ ସିଂ।

ଏହାପରେ କଡ଼ା ସଂଘର୍ଷ କରି ୨୮ତମ ମିନିଟରେ ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଲେନ୍ ସାମ୍। ତୃତୀୟ କ୍ୱାର୍ଟରରେ ୪୦ତମ ମିନିଟରେ ଭାରତ ବରୁଣ କୁମାର ଆଉ ଏକ ପେନାଲଟି କର୍ନରକୁ ଗୋଲରେ ପରିଣତ କରି ୩-୧ର ଲିଡ୍ ଦେଇଥିଲେ। ଏହାପରେ ୪୩ ତମ ମିନିଟରେ ନ୍ୟୁଜିଲାଣ୍ଡକୁ ମିଳିଥିବା ପ୍ରଥମ ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲେ ରସେଲ୍ କେନ୍। ଏହାପରେ ୪୯ ସେକଣ୍ଟରେ ନ୍ୟୁଜିଲାଣ୍ଡକୁ ମିଳିଥିବା ଦ୍ୱିତୀୟ ପେନଲଟି କର୍ନରକୁ ଗୋଲ ଦେଇ ୩-୩ ଗୋଲରେ ବରାବର କରିଥିଲେ।  

Advertisment
Ind Vs NZ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ