Advertisment

ଟି-୨୦ରେ ଭାଙ୍ଗିଲା ଯୁବରାଜ ସିଂଙ୍କ ରେକର୍ଡ, ୯ ବଲରେ ଅର୍ଦ୍ଧଶତକ ହାସଲ କଲେ ଦୀପେନ୍ଦ୍ର ସିଂ

ଆଜି ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇତିହାସ ରଚିଛି ନେପାଳ। ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ ହରାଇ ୩୧୪ ରନର ବିଶାଳ ସ୍କୋର କରିଛି ନେପାଳ। ଯାହା ଅର୍ନ୍ତଜାତୀୟ ଟି-୨୦ ଇତିହାସରେ ସବୁଠାରୁ ବଡ଼ ସ୍କୋର। ୩୦୦ରୁ ଅଧିକ ସ୍କୋର କରିବାରେ ନେପାଳ ହେଉଛି ପ୍ରଥମ ଦଳ।

Nepal Cricket

Nepal Cricket

Advertisment

ଟି-୨୦ କ୍ରିକେଟରେ ନେପାଳର ରେକର୍ଡ ବର୍ଷା । ଭାଙ୍ଗିଲା ଯୁବରାଜ ସିଂଙ୍କ ରେକର୍ଡ। ୯ ବଲ୍‌ରେ ଅର୍ଦ୍ଧଶତକ ହାସଲ କଲେ ଦୀପେନ୍ଦ୍ର ସିଂ । କ୍ରିକେଟ ହେଉଛି ଅନିଶ୍ଚିତାର ଖେଳ। ଏଠି ପ୍ରତିଦିନ ରେକର୍ଡ ସୃଷ୍ଟି ହୁଏ, ପ୍ରତିଦିନ ରେକର୍ଡ ଭାଙ୍ଗେ। ଯାହା ଆଜି ନେପାଳ-ମଙ୍ଗୋଲିଆ ମ୍ୟାଚରେ ପ୍ରମାଣିତ ହୋଇଛି। ଏସିଆନ୍ ଗେମ୍ସରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ କ୍ରିକେଟ ଇଭେଣ୍ଟ। ଟି-୨୦ ଫର୍ମାଟର ଖେଳାଯାଉଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେପାଳ-ମଙ୍ଗୋଲିଆ । ଏହି ମ୍ୟାଚ୍‌ରେ ଅନେକ ରେକର୍ଡ ନିଜ ନାମରେ କରିଛି ନେପାଳ। ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଛି ଟି-୨୦ରେ ଦ୍ରୁତତମ ଶତକ, ଦ୍ରୁତତମ ଅର୍ଦ୍ଧଶତକ, ସର୍ବାଧିକ ଦଳୀୟ ସ୍କୋର, ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ । ଏହି ସବୁ ରେକର୍ଡକୁ ନିଜ ନାମରେ କରିଛି ନେପାଳ ।

Advertisment

ଆଜି ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇତିହାସ ରଚିଛି ନେପାଳ। ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ ହରାଇ ୩୧୪ ରନର ବିଶାଳ ସ୍କୋର କରିଛି ନେପାଳ। ଯାହା ଅର୍ନ୍ତଜାତୀୟ ଟି-୨୦ ଇତିହାସରେ ସବୁଠାରୁ ବଡ଼ ସ୍କୋର। ୩୦୦ରୁ ଅଧିକ ସ୍କୋର କରିବାରେ ନେପାଳ ହେଉଛି ପ୍ରଥମ ଦଳ।

କୁଶଲ ମାଲା ଟି-୨୦ ଫର୍ମାଟରେ ଦ୍ରୁତତମ ଶତକ ରେକର୍ଡ ହାସଲ କରିଛନ୍ତି । ୩୪ଟି ବଲ୍‌ରେ ଶତକ ପୂରଣ କରି ନୂଆ ଇତିହାସ ରଚିଛନ୍ତି କୁଶଲ । ଏହା ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲରଙ୍କ ପାଖରେ ଥିଲା। ମିଲର ମାତ୍ର ୩୫ ବଲରେ ଶତକ ହାସଲ କରିଥିଲେ । ଏହା ବ୍ୟତୀତ ଦୀପେନ୍ଦ୍ର ସିଂ ଐରୀ ଏକ ବଡ଼ କାରନାମା ନିଜ ନାମରେ କରିଛନ୍ତି । ସେ ୯ ବଲରେ ଟି-୨୦ରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ନିଜ ନାମରେ କରିଛନ୍ତି । ଏହାସହ ଦୀପେନ୍ଦ୍ର ସିଂ ଯୁବରାଜଙ୍କ ନାମରେ ଥିବା ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିଛନ୍ତି । ଯୁବରାଜ ସିଂ ୨୦୦୭ ଟି-୨୦ ବିଶ୍ୱକପରେ ୧୨ ବଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ।

Advertisment

ସେହିପରି ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ ରେକର୍ଡ ମଧ୍ୟ ନିଜ ନାମରେ କରିଛି ନେପାଳ। ୩୧୫ ରନର ବିଜୟ ଲକ୍ଷ୍ୟ ପିଛା କରି ମଙ୍ଗୋଲିଆ ମାତ୍ର ୪୧ ରନରେ ଅଲ୍ଆଉଟ୍ ହୋଇଥିଲା । ଯାହାଫଳରେ ନେପାଳ ୨୭୩ ରନରେ ବିଜୟ ଲାଭ କରିବା ସହ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଗୋଟିଏ ଇନିଂସରେ ସର୍ବାଧିକ ଛକାର ରେକର୍ଡ ମଧ୍ୟ ଏହି ମ୍ୟାଚରେ ହୋଇଛି । ନେପାଳ ବ୍ୟାଟିଂ କରି ଗୋଟିଏ ଇନିଂସରେ ୨୬ଟି ଛକା ମାରି ସର୍ବାଧିକ ଛକାର ରେକର୍ଡ ମଧ୍ୟ ନିଜ ନାମରେ କରିଛି ।

Nepal Yuvraj Singh Asian Games
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ