ସେଇଦିନ କ’ଣ ଭୁଲ କରିଥିଲେ ନୀରଜ ? ଏତେ ଦିନ ପରେ କହିଲେ ସତ...

ନୂଆ ଟ୍ରାକ୍‌ରେ ନିଜକୁ ଆଡ୍‌ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।

Neeraj Chopra

ଭାରତର ଷ୍ଟାର ଆଥଲେଟ୍‌ ନୀରଜ ଚୋପ୍ରା କରିଛନ୍ତି ବଡ଼ ଖୁଲାସା । ପ୍ୟାରିସ ଅଲିମ୍ପିକ୍ସରେ ନିଜର ପ୍ରଦର୍ଶନକୁ ନେଇ କରିଛନ୍ତି ବଡ଼ ଖୁଲାସା । କହିବାକୁ ଗଲେ ନୀରଜ ନିଜର ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି, କିନ୍ତୁ ଲଗାତାର ଦୁଇ ଥର ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା । ପାକିସ୍ତାନର ଅର୍ସଦ୍ ନଦୀମ ଏହି ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଦ୍ୱିତୀୟ ପ୍ରଚେଷ୍ଟାରେ ୯୨.୯୭ ମିଟର ଜାଭେଲିନ୍‌ ଫିଙ୍ଗି ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଯାହାକି ଅନ୍ୟ ଆଥଲେଟ୍‌ଙ୍କ ପ୍ରଦର୍ଶନଠାରୁ ଢ଼େର ଅଧିକ । ଦ୍ୱିତୀୟ ରାଉଣ୍ଡରେ ଗୋଟିଏ ସଠିକ୍‌ ଥ୍ରୋ କରି ନୀରଜ ଏହି ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଆଉ ରୌପ୍ୟପଦକ ହାସଲ କରିଥିଲେ । ତାଙ୍କ ଥ୍ରୋର ଲମ୍ବ ଥିଲା ୮୯.୪୫ ମିଟର ।

ନିକଟରେ ଏକ ସାକ୍ଷାତକାରରେ ନୀରଜ କହିଛନ୍ତି ନଦୀମଙ୍କ ଦ୍ୱିତୀୟ ବିଶାଳ ଥ୍ରୋ ତାଙ୍କୁ ପ୍ରବଳ ଚାପରେ ପକାଇଥିଲା । ସେ କହିଛନ୍ତି ମୋର ପ୍ରଥମ ଥ୍ରୋ ଖୁବ୍‌ ବିଶାଳ ଥିଲା କିନ୍ତୁ ତାହା ଫାଉଲ ଭାବେ କାଉଣ୍ଟ ହେଲା । ସେ ନୂଆ ଟ୍ରାକ୍‌ରେ ନିଜକୁ ଆଡ୍‌ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।

‘ସାଧାରଣତଃ ସବୁବେଳେ ପ୍ରଥମ ଥ୍ରୋ ହିଁ ଆଥ୍‌ଲେଟ୍‌ର ମାନସିକ ସ୍ଥିତିକୁ ମଜଭୁତ କରିଥାଏ । ଆଉ ମାଇଣ୍ଡସେଟ୍‌କୁ ଷ୍ଟ୍ରଙ୍ଗ କରିଥାଏ । କହିବାକୁ ଗଲେ ପ୍ରଥମ ଥ୍ରୋ, ସମ୍ପୂର୍ଣ୍ଣ ଖେଳ ପରେ ପ୍ରଭାବ ପକାଇଥାଏ । ମୋର ପ୍ରଥମ ଥ୍ରୋ ଭଲ ଥିଲା କିନ୍ତୁ ପାଉଲ୍‌ ହୋଇଗଲା । କାରଣ ମୋତେ ନୂଆ ଟ୍ରାକ୍‌ରେ ଆଡ୍‌ଜଷ୍ଟ କରିବାକୁ କଷ୍ଟ ହେଉଥିଲା । ମୁଁ ଖୁବ୍ ଚେଷ୍ଟା କରିଥିଲି କିନ୍ତୁ ପାରିଲିନି ।’ ସେ ଆହୁରି ସୂଚନା ଦେଇଛନ୍ତି ଯେ, ୨୦୩୬ରେ ହରିୟାଣାରେ ହେବ ଅଲିମ୍ପିକ୍ସ ।

ସେ ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ, ନଦୀମଙ୍କ ବିଶାଳ ଥ୍ରୋ ପରେ ସେ ଚାପଗ୍ରସ୍ତ ହେବା ସହ ଭିତରୁ ରାଗି ଯାଇଥିଲେ । ଆଉ ଟେକ୍ନିକାଲ ଡିଟେଲ୍ସ ଉପରେ ଆଉ ଗୁରୁତ୍ୱ ଦେଇ ପାରିନଥିଲେ ।