Paris Olympic 2024: ଫାଇନାଲରେ ନୀରଜ ଚୋପ୍ରା, ପୁଣି ଗୋଲ୍ଡ ମେଡାଲ୍ !

ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କମାଲ । ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ନୀରଜ ଚୋପ୍ରା ।

Neeraj Chopra

ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କମାଲ । ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଛନ୍ତି । ଫଳରେ ଜାଭେଲିନରେ ଭାରତକୁ ଆଉ ଏକ ପଦକ ମିଳିବା ସମ୍ଭାବନା ବଢ଼ିଛି ।

ଅଧିକ ପଢ଼ନ୍ତୁ: Paris Olympic 2024: ନିରାଶ କଲେ ଓଡ଼ିଆ ଜାଭେଲିନ ଥ୍ରୋଅର କିଶୋର, ଫାଇନାଲରୁ ବାଦ୍

ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଥ୍ରୋ କରିବା ପରେ ଫାଇନାଲରେ ସ୍ଥାନ ପକ୍କା କରିଥିଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶନ ପରି ୨୬ ବର୍ଷୀୟ ନୀରଜ ୮୪ ମିଟରରୁ ଅଧିକ ଥ୍ରୋ କରି ଫାଇନାଲ ଖେଳିବାକୁ ସିଧାସଖଳ ଯୋଗ୍ୟତା ଅର୍ଜନ କରିଥିଲେ । ତେବେ ଓଡ଼ିଆ ପୁଅ କିଶୋର ଜେନା ୮୦.୭୩ ମିଟର ଶ୍ରେଷ୍ଠ ଥ୍ରୋ କରିବା ପରେ ଫାଇନାଲକୁ ଉନ୍ନୀତ ହେବାକୁ ଥିବା ୧୨ ଜଣିଆ ତାଲିକାରୁ ବାଦ୍ ପଡ଼ିବା ନିଶ୍ଚିତ ହୋଇଯାଇଛି ।