Advertisment

ଭାଙ୍ଗିଲା ୪ ବର୍ଷର ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନରୁ ଅଲଗା ହେଲେ ହାର୍ଦ୍ଦିକ-ନତାଶା

କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ୍ ହଟାଇବାରୁ ଚର୍ଚ୍ଚା ଆହୁରି ବଢ଼ିଥିଲା ।

ଅଦ୍ୟତନ ହୋଇଛି
Hardik Pandya

Hardik Pandya

Advertisment

ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଜି ଗୋଟିଏ ଦିନରେ ଲାଗିଛି ଡବଲ୍ ଝଟକା । ଶ୍ରୀଲଙ୍କା ସିରିଜ୍ ପାଇଁ ନା କ୍ୟାପଟେନ୍ ଦାୟିତ୍ବ ମିଳିଲା ନା ଦାମ୍ପତ୍ୟ ଜୀବନ ବଜାୟ ରହିଲା। ଶେଷରେ ପତ୍ନୀ ନତାଶାଙ୍କ ସହ ବିବାହ ବିଛେଦ ହୋଇଗଲା ପାଣ୍ଡ୍ୟାଙ୍କର। ଇନଷ୍ଟାଗ୍ରାମରେ ମିଳିତ ଭାବେ ଉଭୟେ ଉଭୟଙ୍କ ବିବାହ ବିଛେଦ ନେଇ ବିବୃତି ଜାରି କରିଛନ୍ତି। 

Advertisment

ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଠିକ ନଥିବା ବେଳେ ଷ୍ଟାର କପଲ୍ ଖୁବଶୀଘ୍ର ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଆଲୋଚନା ଜୋରଧରିଥିଲା। ଏମିତିକି କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ୍ ହଟାଇବାରୁ ଚର୍ଚ୍ଚା ଆହୁରି ବଢ଼ିଥିଲା ।

ଆଉ ସବୁ ଚର୍ଚ୍ଚାର ଅବସାନ ଘଟାଇ ଉଭୟେ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଲେଖିଛନ୍ତି, ବହୁ ଚେଷ୍ଟା ପରେ ବି ସମ୍ପର୍କକୁ ସୁରକ୍ଷା ଦିଆଯାଇପାରିଲାନି। ଶେଷରେ ଆମେ ଉଭୟେ ଉଭୟଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଗତ ୨୦୨୦ ମସିହା ମେ ୩୧ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା। ଏପରିକି ଉଭୟଙ୍କ ଔରସକୁ ଏକ ଶିଶୁପୁତ୍ର ମଧ୍ୟ ଜନ୍ମ ନେଇ ସାରିଛି।

Advertisment
Hardik Pandya Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ