Advertisment

ଚେନ୍ନାଇରେ ଶେଷ ଟି୨୦ ଖେଳିବେ ଧୋନି !

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ୨୦୨୨ ଆଇପିଏଲକୁ ନେଇ ବଡ଼ ଘୋଷଣା କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ଏମଏସ ଧୋନିଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି । କିନ୍ତୁ ଆଇପିଏଲର ଆଗାମୀ ସଂସ୍କରଣ ଭାରତରେ ଆୟୋଜିତ ହେଉଥିବାରୁ ସେ ଶେଷ ମ୍ୟାଚ ଚେନ୍ନାଇରେ ଖେଳିବେ ବୋଲି ଦୁବାଇଅରେ କହିଥିଲେ ।

ଧରାପଡ଼ିଲା ଧୋନିଙ୍କ ଝିଅକୁ ଧମକ ଦେଇଥିବା ନାବାଳକ

ms dhoni

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ୨୦୨୨ ଆଇପିଏଲକୁ ନେଇ ବଡ଼ ଘୋଷଣା କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ଏମଏସ ଧୋନିଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି । କିନ୍ତୁ ଆଇପିଏଲର ଆଗାମୀ ସଂସ୍କରଣ ଭାରତରେ ଆୟୋଜିତ ହେଉଥିବାରୁ ସେ ଶେଷ ମ୍ୟାଚ ଚେନ୍ନାଇରେ ଖେଳିବେ ବୋଲି ଦୁବାଇଅରେ କହିଥିଲେ ।

Advertisment

ସମସ୍ତ ବିଦ୍ୟମାନ ଆଠଟି ଦଳକୁ ଆସନ୍ତା ସିଜିନ ପୂର୍ବରୁ ସର୍ବାଧିକ ଚାରି ଖେଳାଳି ରଖିବାକୁ ଅନୁମତି ଦିଆଯାଇଛି। ଧୋନି ନିଜେ ଶନିବାର ଦିନ ଚେନ୍ନାଇରେ ଆୟୋଜିତ ଏକ ଇଭେଣ୍ଟରେ ନେଇ ନାହାନ୍ତି । ଧୋନି କହିଛନ୍ତି ଯେ, "ମୁଁ ଏହା ବିଷୟରେ ଚିନ୍ତା କରିବି, ବହୁତ ସମୟ ଅଛି, ବର୍ତ୍ତମାନ ଆମେ ନଭେମ୍ବରରେ ଅଛୁ। ଆଇପିଏଲ୍ ୨୦୨୨ ଏପ୍ରିଲରେ ଖେଳାଯିବ।"

୨୦୨୨ରେ ଆଇପିଏଲରେ ୨ଟି ନୂଆ ଟିମ୍‌ ସାମିଲ ହେଉଥିବା ବେଳେ ମେଗା ଅକ୍ସନ ମଧ୍ୟ ହେବ। ଏପରି ସ୍ଥିତିରେ ଧୋନି ଚେନ୍ନାଇ ସହ ରହିବେ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସବୁ ଭିତରେ ଆଜି ଚେନ୍ନାଇ ଠାରେ ସିଏସ୍‌କେ ନିଜର ବିଜୟ ଉତ୍ସବ ପାଳିଛି। ଏଥିରେ ଧୋନିଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିସିସିଆଇ ସମ୍ପାଦକ ଜୟ ଶାହ, କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଧୋନି ୨୦୨୨ ଆଇପିଏଲକୁ ନେଇ ବଡ଼ ବୟାନ ଦେଇଛନ୍ତି।

Advertisment

ଆଇପିଏଲ ୨୦୨୨ରେ ଅହମଦାବାଦ ଓ ଲକ୍ଷ୍ନୌ ଦୁଇଟି ନୂଆ ଟିମ୍‌ ସାମିଲ ହେବେ। ତେଣୁ ୮ ବଦଳରେ ୨୦୨୨ ଆଇପିଏଲରେ ୧୦ ଟିମ୍‌ ଟ୍ରଫି ପାଇଁ ଲଢ଼ିବେ। ଧୋନିଙ୍କ ଚେନ୍ନାଇ ୨୦୨୧ ଆଇପିଏଲରେ ଚାମ୍ପିୟନ ହୋଇଛି। ଏହି ସମୟରେ ଧୋନି ପରୋକ୍ଷରେ ୨୦୨୨ ଆଇପିଏଲ ଖେଳିବେ ବୋଲି କହିଥିଲେ। ୨୦୦୮ରୁ ଧୋନି ଚେନ୍ନାଇର ଅଧିନାୟକ ଭାବେ ଖେଳି ଆସୁଛନ୍ତି। ଧୋନିଙ୍କ ନେତୃତ୍ୱରେ ସିଏସକେ ୪ଥର ଆଇପିଏଲ ଟ୍ରଫି ଜିତିଛି।

MS Dhoni IPL CSK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ