Advertisment

IPLରୁ ସନ୍ନ୍ୟାସ ନେବେ କି ଧୋନି ? ଦେଲେ ଏମିତି ଇଶାରା...

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍‌ର ଆଗାମୀ ସିଜନରେ ଦେଖିବାକୁ ନମିଳିପାରେ। ଏକ ଟ୍ୱିଟ୍‌କୁ ନେଇ ଏହି ଚର୍ଚ୍ଚା ଲାଗି ରହିଛି। ଧୋନି ଆଇପିଏଲ୍‌ର ଆଗାମୀ ସିଜନରେ ଭାଗ ନେବାକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
MS Dhoni

MS Dhoni

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍‌ର ଆଗାମୀ ସିଜନରେ ଦେଖିବାକୁ ନମିଳିପାରେ। ଏକ ଟ୍ୱିଟ୍‌କୁ ନେଇ ଏହି ଚର୍ଚ୍ଚା ଲାଗି ରହିଛି। ଧୋନି ଆଇପିଏଲ୍‌ର ଆଗାମୀ ସିଜନରେ ଭାଗ ନେବାକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

Advertisment

ଚଳିତ ଆଇପିଏଲ୍‌ର ଧୋନିଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍‌ ଉନ୍ନୀତ ହୋଇଥିବାବେଳେ ଏବେ ଚମତ୍କାର ଫର୍ମରେ ରହିଛି। କିନ୍ତୁ ଧୋନିଙ୍କ ଫର୍ମ ଦଳୀୟ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ଧୋନି ୱିକେଟ୍‌ ପଛରେ ଚମତ୍କାର ପ୍ରଦର୍ଶନ କରୁଥିଲେ ମଧ୍ୟ ବ୍ୟାଟିଂରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ତେଣୁ ଆସନ୍ତା ସିଜନରେ ସେ ଖେଳିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଧୋନିଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସର ଟ୍ୱିଟ୍।  

Advertisment

ଧୋନିଙ୍କ ମତକୁ ଉଦ୍ଧାର କରି ଲେଖାଯାଇଛି ଯେ, ଆାସନ୍ତା ସିଜନରେ ମୋତେ ହଳଦିଆ ଜର୍ସିରେ ଦେଖିବାକୁ ପାଇବ। କିନ୍ତୁ ମୁଁ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବି କି ନାହିଁ ଜଣାନାହିଁ। ଆଗାମୀ ଦିନରେ ଅନେକ ଅନିଶ୍ଚିତତା ଆସୁଛି। ଦୁଇଟି ନୂଆ ଟିମ୍ ମଧ୍ୟ ଭାଗ ନେବେ। ତେଣୁ ଖେଳାଳିମାନଙ୍କୁ ରଖିବା ପାଇଁ ନୂଆ ନିୟମ କ’ଣ ରହିବ ସେ ସମ୍ପର୍କରେ ଜଣା ନାହିଁ।  ଚେନ୍ନାଇ ସୁପର କିଙ୍ଗ୍ସର ଏଭଳି ଟ୍ୱିଟ୍ ପରେ ଧୋନିଙ୍କ ପରବର୍ତ୍ତୀ ସିଜିନରେ ଖେଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଧୋନିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ କି ନାହିଁ ତାକୁ ନେଇ ଫ୍ୟାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଧୋନି ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳେ ତେବେ ତାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟରେ ସ୍ଥାନ ମିଳିବାରେ ଅନେକ ସମ୍ଭାବନା ରହିଛି। ଆଉ ଏକଥାକୁ ଧୋନି ନିଜେ ସ୍ପଷ୍ଟ କରିଛନ୍ତି। ଚୂଡାନ୍ତ ଦଳରେ ସ୍ଥାନ ନ ମିଳିଲେ ମଧ୍ୟ ହଳଦିଆ ଜର୍ସିରେ ତାଙ୍କୁ ଦେଖିବାକୁ ମିଳିବ। ତେଣୁ ପରବର୍ତ୍ତୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ଧୋନିଙ୍କୁ ଏକ ବଡ଼ ଦାୟିତ୍ୱ ଦେଇପାରେ।

Advertisment

କ୍ରିକେଟର ସବୁ ଫର୍ମାଟରେ ଦୀର୍ଘଦିନ ଧରି ଖେଳିଥିବା ଧୋନିଙ୍କ ଅଭିଜ୍ଞତାକୁ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍ ଉପଯୋଗ କରିବାକୁ ଚେଷ୍ଟା କରିବ। ଧୋନିଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ତାଙ୍କୁ ୟୁଏଇରେ ଚଳିତ ମାସ ଶେଷରେ ହେବାକୁ ଥିବା ଆଗାମୀ ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ଗତବର୍ଷ ଅଗଷ୍ଟ ୧୫ରେ ଧୋନି ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ। 

MS Dhoni IPL 2021 Chennai Super Kings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ