Advertisment

ଚଳିତ ଆଇପିଏଲ୍‌ ସଂସ୍କରଣରୁ ବାଦ ପଡ଼ିଲେ ଏହିସବୁ ଷ୍ଟାର ଖେଳାଳି..ଜାଣନ୍ତୁ କିଏ..

ମହମ୍ମଦ ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍‌ ଯାଏ ଏହିସବୁ ଖେଳାଳି ଚଳିତ IPL ସଂସ୍କରଣରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସାମିଲ କରିଛି ଦଳ।

ଅଦ୍ୟତନ ହୋଇଛି
IPL 2024

IPL 2024

Advertisment

ଆଇପିଏଲ୍‌ରୁ ବାଦ ପଢୁଛନ୍ତି ବହୁ ନାମୀଦାମୀ ଖେଳାଳି। ମହମ୍ମଦ ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍‌ ଯାଏ ଏହିସବୁ ଖେଳାଳି ଚଳିତ IPL ସଂସ୍କରଣରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସାମିଲ କରିଛି ଦଳ। ଆଇପିଏଲ୍‌ ଖେଳିବା ପାଇଁ ବିଶ୍ୱର ନାମୀଦାମୀ ଖେଳାଳି ଅପେକ୍ଷା କରି ରହିଥାନ୍ତି। ଆଇପିଏଲ୍‌ର ଠିକ୍‌ କିଛିଦିନ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଥିବାରୁ ଅନେକ ଖେଳାଳି IPL ରୁ ମୁହଁ ଫେରାଉଥିବା ଜଣାପଡ଼ିଛି। ଦିନିକିଆ ବିଶ୍ୱକପ୍‌ରେ ଟିମ୍‌ ଇଣ୍ତିଆର ସବୁଠୁ ଅଧିକ ୱିକେଟ୍‌ ନେଇଥିବା ମହମ୍ମଦ ଶାମି ମଧ୍ୟ IPLରୁ ଓହରି ଯାଇଛନ୍ତି। ଆହତ ସମସ୍ୟା କାରଣରୁ ସେ ଚଳିତ ସଂସ୍କରଣରେ ଭାଗ ନେବେ ନାହିଁ।

Advertisment

ଚଳିତ ଆଇପିଏଲ୍‌ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସରୁ ବାଦ ପଡ଼ିଛନ୍ତି ଇଂଲଣ୍ତର ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ହ୍ୟାରୀ ବ୍ରୁକ୍‌। ପାରିବାରିକ କାରଣ ପାଇଁ ସେ ବାଦ ପଡ଼ିଥିବା ନେଇ ସୂଚନା ଦେଇଛନ୍ତି। ଜେଜେ ମା’ଙ୍କ ମୃତ୍ୟୁ ଯୋଗୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ସେ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। ତେଣୁ ଶେଷ ମୁହୂର୍ତ୍ତରେ ସେ ଆଇପିଏଲରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି। ପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ।

ହ୍ୟାରୀ ବ୍ରୁକଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଡେଭୋନ କନୱେ ଆହତ ସମସ୍ୟା ଯୋଗୁ ଆଇପିଏଲରୁ ବାଦ ପଡ଼ିଥିଲେ। ଏହା ଚେନ୍ନାଇ ପାଇଁ ଏକ ଶକ୍ତ ଝଟକା। ପୂର୍ବ ସିଜିନ୍‌ରେ ଚେନ୍ନାଇ ପାଇଁନ ସେ ସର୍ବାଧିକ ରନ୍‌ କରିଥିଲେ। ତେବେ କନୱେଙ୍କ ସ୍ଥାନରେ ରଚିନ୍‌ ରବିନ୍ଦ୍ର ଟିମ୍‌ରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି।

Advertisment

ସେହିପରି ଗୁଜରାଟ ଟାଇଟନ୍ସରେ ଏଥର ମହମ୍ମଦ ଶାମିଙ୍କୁ ଦେଖିବାକୁ ମିଳିବ ନାହିଁ। ଗୋଡ଼ରେ ସମସ୍ୟା ଯୋଗୁ ଶାମିଙ୍କ ସର୍ଜରୀ ହୋଇଛି। ସେ ଫିଟ ହେବାକୁ ବେଶ କିଛି ସମୟ ଲାଗିବ ବୋଲି ସୂଚନା ମିଳିଛି।

କୋଲକାତା ନାଇଟ ରାଇଡର୍ସ(KKR)ର ଦୁଇ ଇଂଲିଶ ଖେଳାଳି ଜେସନ ରୟ ଓ ଗସ ଅଟକିନସନ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ପୂର୍ବବର୍ଷ ମଧ୍ୟ ଜେସନ ରୟ ସମାନ ପଦକ୍ଷେପ ନେଇଥିଲେ। ଏଥର ଅଟକିନସନ ଆଇପିଏଲରେ ଡେବ୍ୟୁ କରିବାର ଥିଲା। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଆଇପିଏଲ ଖେଳିବେ ନାହିଁ ବୋଲି କହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ କେକେଆର ଫିଲ ସଲ୍ଟ ଓ ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରାଙ୍କୁ ନିଜ ସହ ସାମିଲ କରିଛି।

Advertisment

ରାଜସ୍ଥାନ ରୟାଲ୍ସର ପ୍ରମୁଖ ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଇପିଏଲ ଖେଳିବେ ନାହିଁ। ରଣଜୀ ଟ୍ରଫି ଖେଳିବା ବେଳେ ସେ ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିଲେ। ଫେବୃଆରୀ ମାସରେ ତାଙ୍କର ସର୍ଜରୀ ହୋଇଥିଲା। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ପ୍ରସିଦ୍ଧ ଆଇପିଏଲରେ ନଜର ଆସିବେ ନାହିଁ।

Cricket IPL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ