Advertisment

ICC T20 World Cup 2022: ଅଷ୍ଟ୍ରେଲିଆ ପାଇଁ ଉଡ଼ାଣ ଭରିବେ ସାମି

ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

ଅଦ୍ୟତନ ହୋଇଛି
Mohammed Shami

Mohammed Shami

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୨ ଅଷ୍ଟ୍ରେଲିଆରେ ଆୟୋଜିତ ହେଉଛି । ଟିମ୍‌ ଇଣ୍ତିଆ ୧୫ ଜଣିଆ ସ୍କ୍ୱାଡ୍‌ରେ ପ୍ରଥମେ ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ଯଶପ୍ରିତ ବୁମ୍ରା ସ୍ଥାନ ପାଇଥିବା ବେଳେ ଆହତ ସମସ୍ୟା କାରଣରୁ ତାଙ୍କୁ ଟିମ୍‌ରୁ ବାଦ୍‌ ଦିଆଯାଇଛି । ତାଙ୍କ ବଦଳରେ ଆଜି ଦ୍ରୁତ ବୋଲର୍‌ ମହମ୍ମଦ ସାମିଙ୍କୁ ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି । ଏନେଇ BCCI ପକ୍ଷରୁ ସଂପାଦକ ଜୟ ଶାହ ଗୋଟିଏ ବିବୃତି ଜାରି କରି ସୂଚନା ଦେଇଛନ୍ତି । ସେହିପରି ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଷ୍ଟାଣ୍ତ୍‌ ବାଏ ରେ ରଖାଯାଇଛି । ଆଜି ହିଁ ଏହି ତିନିଜଣ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଉଡ଼ାଣ ଭରିବେ ।

Advertisment

ସାମି ଫେବୃଆରୀ ମାସରୁ ଭାରତ ପାଇଁ ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି। ଅଷ୍ଟ୍ରେଲିଆ ଓ ସାଉଥ୍‌ ଆଫ୍ରିକା ବିପକ୍ଷ ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ ପାଇଁ ଚୟନ ହୋଇଥିଲେ ମଧ୍ୟ କୋଭିଡ୍‌ ପଜିଟିଭ୍‌ କାରଣରୁ ତାଙ୍କୁ ଟିମ୍‌ରୁ ବାଦ୍‌ ଦିଆଯାଇଥିଲା ।

Advertisment

ବର୍ତ୍ତମାନ ଟିମ୍‌ର ବୋଲିଂ ୟୁନିଟ୍‌ ସୁଦୃଢ଼ ହେବ ବୋଲି କୁହାଯାଉଛି । ଅଷ୍ଟ୍ରେଲିଆ ଓ ସାଉଥ୍‌ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ରେ ଭାରତର ବୋଲିଂ ସେପରି ଆଖିଦୃଶିଆ ନଥିଲା, ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ତେବେ ଦଳରେ ସାମି ଖେଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ବିସିସିଆଇ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ କରାଯାଇଛି ।

ଭାରତୀୟ ଦଳ : ରୋହିତ ଶର୍ମା (କ୍ୟାପ୍ଟେନ୍‌), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୂବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି

Advertisment
Mohammed Shami Australia ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ