Advertisment

ICUରେ ଥିଲା ଝିଅ, ତଥାପି ଦେଶ ପାଇଁ ମ୍ୟାଚ୍‌ ଖେଳୁଥିଲେ ଶାମି...କୋହଲି ବି ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ

ପାକିସ୍ତାନଠୁ ମ୍ୟାଚ୍‌ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏପରିକି ଅନେକ କ୍ରିକେଟର ମହମ୍ମଦ ଶାମିଙ୍କୁ ଟାର୍ଗେଟ୍‌ କରି ଟ୍ରୋଲ କରିଛନ୍ତି। ମ୍ୟାଚ୍‌ରେ ଶାମିଙ୍କ ପ୍ରଦର୍ଶନକୁ ନେଇ କିଛି ଲୋକ ତାଙ୍କ ଧର୍ମ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି।

ଅଦ୍ୟତନ ହୋଇଛି
Cricketer Mohammed Shami

Cricketer Mohammed Shami

Advertisment

ନୂଆଦିଲ୍ଲୀ: ଅକ୍ଟୋବର ୨୪ରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ହରାଇଥିଲା। ପାକିସ୍ତାନଠୁ ମ୍ୟାଚ୍‌ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏପରିକି ଅନେକ କ୍ରିକେଟର ମହମ୍ମଦ ଶାମିଙ୍କୁ ଟାର୍ଗେଟ୍‌ କରି ଟ୍ରୋଲ କରିଛନ୍ତି। ମ୍ୟାଚ୍‌ରେ ଶାମିଙ୍କ ପ୍ରଦର୍ଶନକୁ ନେଇ କିଛି ଲୋକ ତାଙ୍କ ଧର୍ମ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି। ଏପରିକି ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ମଧ୍ୟ ଦେଇଥିଲେ। ହେଲେ ଶାମିଙ୍କୁ ସମାଲୋଚନା କରୁଥିବା ଏହି ଲୋକମାନେ ବୋଧ ହୁଏ ଭୁଲି ଯାଉଛନ୍ତି, ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲରଙ୍କ ମଧ୍ୟରୁ ଶାମି ହେଉଛନ୍ତି ଜଣେ। ଯିଏକି ଗତ ୫ ବର୍ଷ ହେବ ଭଲ ପ୍ରଦର୍ଶନ କରିଛନ୍ତି।

Advertisment

ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ପରାଜୟ ପରେ ଫ୍ୟାନ୍ସ ଏକ ପ୍ରକାର ନିରାଶ ହୋଇ ଯାଇଛନ୍ତି। ଟିମ୍‌ ଇଣ୍ଡିଆର ଖରାପ ପ୍ରଦର୍ଶନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି। କାରଣ ପାକିସ୍ତାନର ଗୋଟିଏ ବି ୱିକେଟ୍‌ ଟିମ୍‌ ଇଣ୍ଡିଆ ନେଇ ପାରିନଥିଲା। ଏସବୁ ଭିତରେ ମହମ୍ମଦ ଶାମିଙ୍କୁ ଟାର୍ଗେଟ୍‌ କରିଥିଲେ ଲୋକେ। କାରଣ ୩.୫ ଓଭରରେ ସେ ୪୩ ରନ୍‌ ଦେଇଥିଲେ। ହେଲେ ଗୋଟିଏ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ଯୋଗୁ ଲୋକମାନେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର, ଟ୍ରୋଲ କରିବା ଇତ୍ୟାଦି ଆରମ୍ଭ କରି ଦେଇଥିଲେ। ହେଲେ ଶାମି ଯିଏକି, ଝିଅ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଖବର ପାଇ ମଧ୍ୟ ଦେଶ ପାଇଁ ମ୍ୟାଚ୍‌ ଖେଳିଥିଲେ। ୨୦୧୬ର ଏହି ଘଟଣା। 

୨୦୧୬ କୋଲକାତା ଟେଷ୍ଟ(୨୦୧୬ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଖେଳା ଯାଇଥିଲା ମ୍ୟାଚ୍)ରେ ନ୍ୟୁଜିଲ୍ୟାଣ୍ଡ୍‌ ବିପକ୍ଷରେ ଚାଲିଥିବା ମ୍ୟାଚ୍‌ ସମୟରେ ଶାମିଙ୍କ ୧୪ ମାସର ଝିଅ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲା। ପ୍ରବଳ ଜ୍ୱର ଯୋଗୁ ଶାମିଙ୍କ ଝିଅ ଆୟରାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଝିଅ ଅସୁସ୍ଥ ଖବର ପାଇ ମଧ୍ୟ ମହମ୍ମଦ ଶାମି ତାଙ୍କର ଟେଷ୍ଟ୍‌ ମ୍ୟାଚ୍‌ ଜାରି ରଖିଥିଲେ। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଆୟରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଶାମି ଏସମ୍ପର୍କରେ କିଛି ଜଣାଇ ନଥିଲେ। ଦ୍ୱିତୀୟ ଦିନର ମ୍ୟାଚ୍‌ ଶେଷ ହେବା ପରେ ଆୟରା ଅସୁସ୍ଥ ଥିବା ନେଇ ଶାମିଙ୍କୁ ଖବର ମିଳିଥିଲା। ତେବେ ମ୍ୟାଚ୍‌ ସରିବା ପରେ ସେ ହସ୍ପିଟାଲ୍‌ ଯାଇଥିଲେ। ଏହାପରେ ପ୍ରତ୍ୟେକ ଦିନ ମ୍ୟାଚ୍‌ ସରିବା ପରେ ଶାମି ଝିଅକୁ ଦେଖିବା ପାଇ ହସ୍ପିଟାଲ୍‌ ଚାଲି ଯାଉଥିଲେ ଓ ରାତିରେ ଝିଅ ପାଖରେ ରହୁଥିଲେ। ଏହା ପରଦିନ ଖେଳିବା ପାଇଁ ଷ୍ଟାଡିୟମରେ ପହଞ୍ଚି ଯାଉଥିଲେ। 

Advertisment

୨୦୧୬ରେ ଖେଳା ଯାଇଥିବା କୋଲକାତା ଟେଷ୍ଟ୍‌ରେ ଭାରତ କେବଳ ନ୍ୟୁଜିଲ୍ୟାଣ୍ଡ୍‌କୁ ୧୭୮ ରନ୍‌ରେ ହରାଇ ନଥିଲା ବରଂ ସିରିଜ୍‌ କବ୍‌ଜା କରି ଟେଷ୍ଟ୍‌ ରାଙ୍କିଂରେ ନମ୍ବର ୧ ମଧ୍ୟ ରହିଥିଲା। ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଜିତିବାରେ ଶାମି ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଏହି ମ୍ୟାଚ୍‌ ପରେ ଇନ୍ଦୋରରେ ଖେଳା ଯାଇଥିବା ସିରିଜ୍‌ର ଶେଷ ମ୍ୟାଚ୍‌ ପରେ କୋହଲି ଗଣମାଧ୍ୟମକୁ କହିଥିଲେ,‘ମୁଁ ଜାଣିନଥିଲି ଶାମିଙ୍କ ଝିଅ ହସ୍ପିଟାଲ୍‌ରେ ଭର୍ତ୍ତି ଥିଲେ। ମ୍ୟାଚ୍‌ ଶେଷ ହେବା ପରେ ସେ ଏସମ୍ପର୍କରେ ଜଣାଇଥିଲେ’। 

୨୦୧୭ରେ ଚାମ୍ପିଅନ୍‌ସ୍‌ ଟ୍ରଫି ଫାଇନାଲରେ ଭାରତ, ପାକିସ୍ତାନଠୁ ହାରିଥିଲା। ଲଣ୍ଡନର ଓଭାଲରେ ମ୍ୟାଚ୍‌ ସରିବା ପରେ ଏକ ଭିଡିଓ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା, ‘ସମସ୍ତେ ଡ୍ରେସିଂ ରୁମ୍‌କୁ ଯାଉଛନ୍ତି, ଏହି ସମୟରେ ଜଣେ ପାକିସ୍ତାନୀ ଫ୍ୟାନ୍ସ ଶାମିଙ୍କୁ ବାରମ୍ବାର ପଚାରିଥିଲେ, ‘ବାପା କିଏ...? ଏନେଇ କୌଣସି ଖେଳାଳି କେହି କିଛିବି କହିନଥିଲେ। ହେଲେ ଶାମି ଏହାର ଉଚିତ୍‌ ଜବାବ ଦେବା ଲାଗି ଯେତେବେଳେ ପଛକୁ ବୁଲିଥିଲେ, ଏହି ସମୟରେ ମହେନ୍ଦ୍ର ସିଂ ଧୋନୀ ତାଙ୍କୁ ଅଟକାଇଥିଲେ ଓ ଶାନ୍ତ କରିଥିଲେ। 

Mohammed Shami Team India T20 World Cup India Vs Pakistan Match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ