Advertisment

ବଢ଼ିଲା ଆଝାରୁଦ୍ଦିନଙ୍କ ଅଡ଼ୁଆ: ମନି ଲଣ୍ଡ୍ରିଂ ମାମଲାରେ ସମନ ପଠାଇଲା ED

ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ମନି ଲଣ୍ଡ୍ରିଂ ମାମଲାରେ ଆଝାରୁଦ୍ଦିନଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଅଦ୍ୟତନ ହୋଇଛି
Azharuddin gets ED summon

Azharuddin gets ED summon

Advertisment

ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ମନି ଲଣ୍ଡ୍ରିଂ ମାମଲାରେ ଆଝାରୁଦ୍ଦିନଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ସହିତ ଜଡ଼ିତ ଏକ ଅର୍ଥ ହେରଫେର ମାମଲାରେ ସେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି।

Advertisment

ହାଇଦ୍ରାବାଦର ଉପ୍ପାଲର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମ୍ ପାଇଁ ଡିଜେଲ ଜେନେରେଟର, ଫାୟାର ବ୍ରିଗେଡ୍ ସିଷ୍ଟମ ଏବଂ କ୍ୟାନୋପି କିଣିବା ପାଇଁ ଆବଣ୍ଟିତ କରାଯାଇଥିବା ୨୦ କୋଟି ଟଙ୍କା ହେରଫେର ସହ ଏହି ମାମଲା ଜଡିତ। ସୂଚନା ଅନୁଯାୟୀ, ଆଝାରୁଦ୍ଦିନ ପୂର୍ବରୁ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ। ଷ୍ଟାଡିୟମ ଉନ୍ନତିକରଣ ପାଇଁ ଜେନେରେଟର, ଅଗ୍ନିଶମ ପ୍ରଣାଳୀ ଏବଂ ଛତା କିଣିବାରେ ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏହି ସମୟରେ ସେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଗତ ବର୍ଷ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ ବିରୋଧରେ ଇଡି ଅର୍ଥ ହେରଫେର ମାମଲା ରୁଜୁ କରିଥିଲା। ଇଡି ତେଲେଙ୍ଗାନାର ୯ଟି ସ୍ଥାନରେ ଚଢ଼ାଉ କରିଥିଲା। ଯେଉଁଥିରେ ଏଚସିଏର ପୂର୍ବତନ ଅଧିକାରୀ ଗଦ୍ଦାମ ବିନୋଦ, ଶିବଲାଲ ଯାଦବ ଏବଂ ଅରଶଦ ଆୟୁବଙ୍କ ଘରେ ବି ଚଢାଉ ହୋଇଥିଲା। ସେତେବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଡିଜିଟାଲ ସାମଗ୍ରୀ ଜବତ କରିଥିଲା ଇଡି।

Advertisment

ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅଧିକାରୀମାନେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ଆର୍ଥିକ ଅନିୟମିତତା କରିଥିଲେ। ସେମାନେ ବେସରକାରୀ କମ୍ପାନୀମାନଙ୍କୁ ଉଚ୍ଚ ହାରରେ ଚୁକ୍ତି କରିଥିଲେ ଏବଂ ଆସୋସିଏସନକୁ କୋଟି ଟଙ୍କା ମୂଲ୍ୟର କ୍ଷତି ଘଟାଇଥିଲେ। ଏହି ମାମଲାରେ ଇଡି ତିନୋଟି ମାମଲା ରୁଜୁ କରି ତଦନ୍ତ କରୁଛି।

Mohammad Azharuddin Enforcement Directorate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ