Advertisment

ଅବସର ନେଲେ ବିଶ୍ୱର ସବୁଠୁ ସଫଳ ମହିଳା କ୍ରିକେଟର

ଗୋଟିଏ ଇନିଂସରେ ଦ୍ୱିଶତକ କରିବାରେ ମିତାଲି ରାଜ୍ ପ୍ରଥମ ମହିଳା କ୍ରିକେଟର।

Mithali Raj announces retirement

Mithali Raj announces retirement

Advertisment

ବିଶ୍ୱର ସବୁଠୁ ସଫଳ ମହିଳା କ୍ରିକେଟର ମିତାଲି ରାଜ୍ ଅବସର ନେଲେ। ଦୀର୍ଘ ୨୩ ବର୍ଷର କ୍ରିକେଟ କ୍ୟାରିଅରକୁ ଅଲବିଦା କରିଛନ୍ତି ମିତାଲି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ଅବସର ଘୋଷଣା କରିଥିବା ସୂଚନା ଦେଇଛନ୍ତି।  ଆଜି ଟ୍ୱିଟ୍ କରି ନିଜ ଅବସର ସମ୍ପର୍କରେ ସେ ଅବଗତ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ କ୍ୟାପ୍ଟେନ୍ ଥିଲେ ମିତାଲି। ଏକାଧିକ ବିଶ୍ୱକପ୍ ସହ ଅନେକ ଟୁର୍ଣ୍ଣାମେଣ୍ଟରେ ଟିମ୍‌ର ନେତୃତ୍ୱ ନେଇଥିଲେ। ମିତାଲିଙ୍କ ନାଁରେ ରହିଛି ଏକାଧିକ ରେକର୍ଡ।

Advertisment

ପ୍ରାୟ ୨୦ ବର୍ଷ ଯାଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ମିତାଲି। ଯାହା ସେ ବିଶ୍ୱରେ ଦ୍ୱିତୀୟ। ୨୨ ବର୍ଷରେ ବନିଥିଲେ ଭାରତୀୟ ଟେଷ୍ଟ ଟିମ୍‌ର କ୍ୟାପଟେନ୍, ଗୋଟିଏ ଇନିଂସରେ ୨୧୪ ରନ୍ କରି ସେ ରଚିଛନ୍ତି ଇତିହାସ। ଗୋଟିଏ ଇନିଂସରେ ଦ୍ୱିଶତକ କରିବାରେ ମିତାଲି ରାଜ୍ ପ୍ରଥମ ମହିଳା କ୍ରିକେଟର।

କ୍ୟାରିୟରରେ ସବୁଠୁ ଅଧିକ କ୍ୟାଚ୍ ଧରିବା, ୧୫୫ ଦିନିକିଆରେ କ୍ୟାପଟେନ୍, ସବୁଠୁ ଅଧିକ ଦିନିକିଆ ମ୍ୟାଚ୍‌ରେ ରନ୍, ୧୬ ବର୍ଷରେ ଦିନିକିଆରେ ଶତକ ଭଳି ଅନେକ ରେକର୍ଡର ସେ ଅଧିକାରୀ। ଜୁନ୍ ୧୯୯୯ରେ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ମିତାଲି ଆଉ ପଛକୁ ଚାହିଁନାହାନ୍ତି। 

Advertisment
Mithali Raj Retirement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ