Advertisment

ମିଚେଲ୍‌ ମାର୍ଶ ଓ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନକୁ ହରାଇଲା ଦିଲ୍ଲୀ

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଦିଲ୍ଲୀ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି ।

DC vsRR

DC vsRR

Advertisment

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ଦିଲ୍ଲୀ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି ।

Advertisment

୧୬୧ ରନ୍‌ର ଟାର୍ଗେଟ୍‌କୁ ପିଚ୍ଛା କରି ଦିଲ୍ଲୀ ୧୮.୧ ଓଭର୍‌ରେ ହିଁ ଲକ୍ଷ୍ୟସ୍ଥଳରେ ପହଁଞ୍ଚିଯାଇଥିଲା । ଦିଲ୍ଲୀ ପକ୍ଷରୁ ମିଚେଲ୍‌ ମାର୍ଶ ସର୍ବାଧିକ ୮୯ ରନ୍‌ କରିଥିବା ବେଳେ ଡେଭିଡ୍‌ ୱାର୍ଣ୍ଣର ୫୨ ରନ୍‌ କରିଥିଲେ । ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଚାହଲ୍‌ ଗୋଟିଏ ଲେଖାଁଏ ୱିକେଟ୍‌ ପାଇଥିଲେ । ଦିଲ୍ଲୀ ନିଜର ଷଷ୍ଠ ବିଜୟ ସହ ପଏଣ୍ଟ ଟେବୁଲ୍‌ର ୫ ମ ସ୍ଥାନରେ ପହଁଞ୍ଚିଛି ।

ନିଶ୍ଚିତ ବିଜୟ ମୁକାବିଲାରେ ଦିଲ୍ଲୀ ରାଜସ୍ଥାନ ରୟାଲ୍ସକୁ ୧୬୦ରେ ଅଟକାଇ ଦେଇଥିଲା । ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ପାଇଁ ୫୦ ରନ୍‌ କରିଥିଲେ ହେଁ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ ମିଳିଥିଲା। ଅଶ୍ୱିନଙ୍କ ବ୍ୟତୀତ ଦେବଦତ୍ତ ପାଡିକ୍କଲ ୪୮ ରନ୍‌ର ଇନିଂସ ଖେଳିଥିଲେ ।

Advertisment

ଅଶ୍ୱିନ ଓ ପାଡିକ୍କଲ ତୃତୀୟ ୱିକେଟ ପାଇଁ ପୁଣି ଗୋଟିଏ ଭଲ ଭାଗିଦାରୀ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇଥିଲେ। ଅଶ୍ୱିନ ମଧ୍ୟ ଚଳିତ ଆଇପିଏଲରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାପରେ ସେ ନିଜର କିମ୍ବା ଦଳୀୟ ସ୍କୋରକୁ ଆଗକୁ ନେଇ ପାରି ନଥିଲେ। ୩୮ ବଲ୍‌ରେ ୫୦ ରନ୍‌ କରିଥିବା ଅଶ୍ୱିନଙ୍କୁ ଆଉଟ କରି ମାର୍ଶ ରାଜସ୍ଥାନକୁ ତୃତୀୟ ଝଟକା ଦେଇଥିଲେ। ଅଶ୍ୱିନ ତାଙ୍କ ଇନିଂସରେ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି।

IPL 2022 DC VsRR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ