ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ମୁମ୍ବାଇର ଡି ୱାଇ ପାଟିଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା । ମୁମ୍ବାଇ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ୧୬୬ ରନ୍ର ଟାର୍ଗେଟ୍ ଦେଇଥିଲା । ମୁମ୍ବାଇ ଏହି ବିଜୟ ଲକ୍ଷ୍ୟ ନେଇ ପଡିଆ ଓହ୍ଲାଇଥିଲେ। ହେଲେ ମାତ୍ର ୧୧୩ ରନ୍ରେ ସୀମିତ ରହିଥିଲା ମୁମ୍ବାଇ।
କେକେଆର୍ ପକ୍ଷରୁ ଭେଙ୍କେଟେସ୍ ଆୟର୍ ୪୩ ରନ୍ ଓ ନିତିଶ ରାଣା ୪୩ ରନ୍, ରାହାଣେ ୨୫ରନ୍ ଓ ରିଙ୍କୁ ସିଂହ ୨୩ ରନ୍ କରିଥିଲେ । ଜବାବରେ ମୁମ୍ବାଇ ପକ୍ଷରୁ ଜସପ୍ରିତ ବୁମ୍ରା ୪ ଓଭର୍ରେ ୧୦ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ । ପ୍ରଥମ ୧୨ ଓଭର୍ରେ କେକେଆର୍ ୧୦୦ ରନ୍ ପାର କରିଥିବା ବେଳେ ବୁମ୍ରାଙ୍କ ବୋଲିଂ ଆଗରେ ଟିମ୍ ଧରାଶାୟୀ ହୋଇପଡିଥିଲା ।
Also Read
ମୁମ୍ବାଇ ଆଇପିଏଲ୍ ପ୍ଲେଅଫ୍ ରେସ୍ରୁ ବାହାରି ଯାଇଥିବା ବେଳେ କେକେଆର୍ ପୂର୍ବ କିଛି ମ୍ୟାଚ୍ରେ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ୍ରେ ତଳକୁ ଖସିଯାଇଥିଲା ।
ମ୍ୟାଚ୍ର ମୁଖ୍ୟ ସୂଚନା ଥିଲା ଯେ, ମୁମ୍ବାଇର ଷ୍ଟାର ଖେଳାଳି ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ର ବାକି ମ୍ୟାଚ୍ ଗୁଡ଼ିକ ଖେଳିବେନି । ଆଇପିଏଲ୍ର ଆରମ୍ଭ କିଛି ମ୍ୟାଚ୍ରେ ମଧ୍ୟ ସୂର୍ଯ୍ୟକୁମାର ଆଘାତ କାରଣରୁ ଖେଳୁନଥିବାର ଦେଖିବାକୁ ମିଳିଥିଲା । ମୁମ୍ବାଇ ଗତ ଦୁଇଟି ମ୍ୟାଚ୍ରେ ବିଜୟ ହାସଲ କରି ଏକପ୍ରକାର କମ୍ବ୍ୟାକ୍ କରିଥିଲା ।