Advertisment

ମୟଙ୍କ ଅଗ୍ରୱାଲଙ୍କ ବିରୋଧରେ ହୋଇଥିଲା କି ଷଡ଼ଯନ୍ତ୍ର ? ପାଣିରେ ମିଶାଯାଇଥିଲା ବିଷାକ୍ତ ପଦାର୍ଥ !

ଏହି ଘଟଣାର ତଦନ୍ତ ପାଇଁ ପୋଲିସ ନିକଟରେ ମୟଙ୍କ ଅଗ୍ରୱାଲ ତାଙ୍କ ମ୍ୟାନେଜରଙ୍କ ମାଧ୍ୟମରେ ଏକ ଅଭିଯୋଗ କରିଛନ୍ତି। ମୟଙ୍କଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Mayank Agarwal Files Police Complaint

Mayank Agarwal

Advertisment

ହସ୍ପିଟାଲରେ ଭାରତୀୟ ବ୍ୟାଟର ତଥା କର୍ଣ୍ଣାଟକ ରଣଜୀ ଟିମ୍ ଅଧିନାୟକ ମୟଙ୍କ ଅଗ୍ରୱାଲ। ତ୍ରିପୁରାରୁ ସୁରଟ ଯାତ୍ରା କରିବା ପାଇଁ ଇଣ୍ଡିଗୋ ବିମାନରେ ଚଢିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ବିମାନରେ ପାଣି ଭାବି କିଛି ତରଳ ପଦାର୍ଥ ପିଇବା ପରେ ତାଙ୍କ ପାଟି ଓ ଗଳାରେ ଜଳାପୋଡା ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ତ୍ରିପୁରା ରାଜଧାନୀ ଅଗରତାଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Advertisment

ତେବେ ଏହି ଘଟଣାର ତଦନ୍ତ ପାଇଁ ପୋଲିସ ନିକଟରେ ମୟଙ୍କ ଅଗ୍ରୱାଲ ତାଙ୍କ ମ୍ୟାନେଜରଙ୍କ ମାଧ୍ୟମରେ ଏକ ଅଭିଯୋଗ କରିଛନ୍ତି। ମୟଙ୍କଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ୱେଷ୍ଟ ତ୍ରିପୁରା ଏସ୍‌ପି କିରଣ କୁମାର। ସେ କହିଛନ୍ତି ‘ଆନ୍ତର୍ଜାତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। କିନ୍ତୁ ତାଙ୍କ ମ୍ୟାନେଜର୍‌ ଏହି ଘଟଣାର ତଦନ୍ତ ପାଇଁ NCCPS ଅଧିନରେ ଏକ ଅଭିଯୋଗ ଦାୟର କରିଛନ୍ତି’।

ସେପଟେ ମୟଙ୍କ ଅଗ୍ରୱାଲଙ୍କ ମ୍ୟାନେଜର କହିଛନ୍ତି ‘ଯେତେବେଳେ ମୟଙ୍କ ବିମାନରେ ବସିଥିଲେ ତାଙ୍କ ସାମ୍ନାରେ ଏକ ପାଉଚ୍‌ ଥିଲା। ସେ ପାଣି ଭାବି ଅଳ୍ପ ପିଇଥିଲେ। ଏହା ପିଇବା ପରେ ହଠାତ୍ ତାଙ୍କ ପାଟି ଓ ଗଳାରେ ଜଳାପୋଡା ଅନୁଭବ ହୋଇଥିଲା। ସେ କଥା ମଧ୍ୟ କହିପାରିନଥିଲେ। ଯାହାଫଳରେ ତାଙ୍କ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା’। ତେବେ କୁହାଯାଉଛି କି ମୟଙ୍କ ଯେଉଁ ପାଣି ପିଇଥିଲେ ସେଥିରେ କିଛି ବିଷାକ୍ତ ପଦାର୍ଥ ପୂର୍ବରୁ ମିଶାଯାଇଥିଲା। କିନ୍ତୁ ଏହି ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ବର୍ତ୍ତମାନ ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

Advertisment
Mayank Agarwal IndiGo Airlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ