Advertisment

Khel Ratna Award: ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

କମିଟିଗୁଡିକ ଦେଇଥିବା ସୁପାରିଶକୁ ଭିତ୍ତି କରି କେନ୍ଦ୍ର ସରକାର ମନୁ ଭାକର, ଡି ଗୁକେଶ, ହରମାନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛିଦିନ ପୂର୍ବେ ମନୁ ଭାକରଙ୍କ ନାମ ଖେଳରତ୍ନ ପୁରସ୍କାର ପାଇବାକୁ ସୁପାରିଶ ହୋଇଥିବା ଆଥଲେଟ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବାକୁ ନେଇ ବିବାଦ ଉପୁଜିଥିଲା।

ଅଦ୍ୟତନ ହୋଇଛି
Khel Ratna Award

Khel Ratna Award

Advertisment

ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର-୨୦୨୪ ତାଲିକା ପ୍ରକାଶ ପାଇଛି। ଚଳିତବର୍ଷ ୪ ଖେଳାଳିଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ବିଶ୍ୱ ଚେସ୍ ଚାମ୍ପିଅନ୍ ଗୁକେଶ, ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ, ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରବୀଣ କୁମାର ଓ ସୁଟର୍ ମନୁ ଭାକରଙ୍କୁ ଖେଳରତ୍ନ ପ୍ରଦାନ କରାଯିବ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ସମସ୍ତଙ୍କୁ ସମ୍ମାନିତ କରାଯିବ।

Advertisment

କମିଟିଗୁଡିକ ଦେଇଥିବା ସୁପାରିଶକୁ ଭିତ୍ତି କରି କେନ୍ଦ୍ର ସରକାର ମନୁ ଭାକର, ଡି ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛିଦିନ ପୂର୍ବେ ମନୁ ଭାକରଙ୍କ ନାମ ଖେଳରତ୍ନ ପୁରସ୍କାର ପାଇବାକୁ ସୁପାରିଶ ହୋଇଥିବା ଆଥଲେଟ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବାକୁ ନେଇ ବିବାଦ ଉପୁଜିଥିଲା। ଖେଳ ରତ୍ନ ପୁରସ୍କାର ପାଇଁ କରାଯାଇଥିବା ସର୍ଟ ଲିଷ୍ଟରେ ମନୁଙ୍କ ନାମ ନ ଥିବାରୁ ବିବାଦ ଉପୁଜିଥିଲା । ତଦନ୍ତ ପରେ ଜଣା ପଡିଥିଲା ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ ଇଣ୍ଡିଆ ମନୁଙ୍କ ନାମ ଖେଳ ରତ୍ନ ପାଇଁ ପଠାଇ ନଥିଲା । ଅବଶ୍ୟ ପରେ ତାଙ୍କ ନାମ ପଠାଯାଇଥିଲା।

ହରମନପ୍ରୀତଙ୍କ ଅଧିନାୟକତ୍ୱରେ ଭାରତୀୟ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା। ଅଲିମ୍ପିକ୍ସରେ ଇତିହାସ ରଚିଥିଲା ଭାରତୀୟ ପୁରୁଷ ହକି ଦଳ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଗୌରବ ଲାଭ କରିଥିଲା ଟିମ୍ ଇଣ୍ଡିଆ । ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଥିଲା ଭାରତ। ୨ଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂ ସ୍କୋର କରିଥିଲେ। ।

Advertisment

ସେହିପରି ଚେସ୍ ଜଗତର ନୂଆ ସୁପର୍‌ଷ୍ଟାର୍ ପାଲଟିଥିବା ଗୁକେଶ ଡୋମ୍ମାରାଜୁଙ୍କୁ ବି ଖେଳରତ୍ନ ପ୍ରଦାନ କରାଯିବ। ଫିଡେ ବିଶ୍ୱ ଚେସ୍ ଚାମ୍ପିଅନ୍‌ସିପ୍‌ରେ ହୋଇଥିବା ୧୪ ବାଜିରେ ପୂର୍ବତନ ବିଜେତା ଚୀନ୍‌ର ଗ୍ରାଣ୍ଡ୍‌ମାଷ୍ଟର ଡିଙ୍ଗ୍ ଲିରେନ୍‌ଙ୍କୁ ହରାଇ ସର୍ବକନିଷ୍ଠ ବିଶ୍ୱବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି । ୫ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ବିଶ୍ୱ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଏଥିସହ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରବୀଣ କୁମାର। ତାଙ୍କୁ ମଧ୍ୟ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ।

ଅଧିକ ପଢନ୍ତୁ:ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଶର୍ମା

Olympics Hockey India Khel Ratna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ