Loot From Former Hockey India Captain Prabodh Tirkey’s House
ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଆୟୋଜନ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହେଲେ ରାଜଧାନୀ ଭୁବନେଶ୍ୱରରେ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ୟୁନିଟ୍-୬ ସ୍ଥିତ VR- ୮୬ ସରକାରୀ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ଆସିଛି।
ଶୁକ୍ରବାର ରାତିରେ ଲୁଟେରାମାନେ ଦାମୀ ସାମଗ୍ରୀ ସହ ପ୍ରବୋଧଙ୍କ ଅନେକ ମେଡାଲ ଚୋରି କରି ନେଇଛନ୍ତି। ଘରେ କେହି ନଥିବାରୁ ସୁଯୋଗ ନେଇ ଲୁଟେରାମାନେ ପ୍ରବୋଧଙ୍କ ମେଡାଲ୍, ଟିଭି, କମ୍ପ୍ୟୁଟର ଓ ସୁନା ଅଳଙ୍କାର ସମେତ ମୂଲ୍ୟବାନ ଜିନିଷ ନେଇ ଯାଇଥିବା ଅଭିଯୋଗ ହୋଇଛି।
ପ୍ରବୋଧଙ୍କ ବାପା, ମା ଓ ଭାଇ ବିଶ୍ୱକପ୍ ହକି ମ୍ୟାଚ ଦେଖିବା ପାଇଁ ରାଉରକେଲା ଯାଇଥିବା ବେଳେ ତାଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ଏନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1674375090.jpg)