Advertisment

କ୍ରିକେଟ୍‌ରେ ଗଲୀ ପୋଜିସନ କ’ଣ; କିଏ ଆବିଷ୍କାର କଲେ ଏହି ଫିଲ୍ଡିଂ ପୋଜିସନ୍

ଯେତେବେଳେ ଆମେ ଇଂରାଜୀରେ Gully ଗଲୀ ବୋଲି ଲେଖୁ ଏହା ଗଳି, ଡ୍ରେନ୍, ସଂକୀର୍ଣ୍ଣ ରାସ୍ତା ଆଦିକୁ ବୁଝାଏ। ତେବେ କ୍ରିକେଟର କଥା କହିଲେ ଗଲୀ ପୋଜିଜନ୍‌କୁ ସ୍ଲିପ୍ ମଝିରେ ଥିବା ସଂକୀର୍ଣ୍ଣ ଚ୍ୟାନେଲ୍ କିମ୍ବା ପଏଣ୍ଟକୁ ବୁଝାଏ। କେମିତି ଆସିଲା ଏହି ଶବ୍ଦ…

Knowledge what is gully cricket

Knowledge what is gully cricket

Advertisment

ସେ ଭାରତୀୟ ଗ୍ରାମୀଣ ପରମ୍ପରା ହେଉ କି ସାହିତ୍ୟ ‘ଗଳି’ ଏକ ସାଧାରଣ ଶବ୍ଦ। ଏହାକୁ ହିନ୍ଦୀରେ ‘ଗଲୀ’ ବୋଲି କୁହାଯାଏ।
ଆପଣ ଯଦି ଜଣେ କ୍ରିକେଟ୍ ପ୍ରେମୀ ଆଉ କ୍ରିକେଟ୍ ପାଇଁ ସବୁ କିଛି ଭୁଲିଯାଆନ୍ତି ତେବେ ଫିଲ୍ଡିଂ ପୋଜିସନ୍ ବିଷୟରେ ଭଲ ଭାବେ ଜାଣିଥିବେ। ଏଥିରେ ଗୋଟିଏ ଫିଲ୍ଡିଂ ପୋଜିସନ୍ ରହିଛି ଯାହାକୁ ଗଲୀ ବୋଲି କୁହାଯାଏ। ଏହାକୁ ନେଇ ବେଳେବେଳେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଏହି ଶବ୍ଦ କୋଉଠୁ ଆସିଲା? କିଏ ଦେଲା ଏହି ନାମ? ଯେଉଁ ଶବ୍ଦ ଗାଁ ଗହଳୀରେ ଶୁଣା ତାହା କିପରି ଏକ ଅନ୍ତର୍ଜାତୀୟ କ୍ଷେତ୍ରରେ ସ୍ଥାନ ପାଇଲା?

Advertisment

ଯେତେବେଳେ ଆମେ ଇଂରାଜୀରେ Gully ଗଲୀ ବୋଲି ଲେଖୁ ଏହା ଗଳି, ଡ୍ରେନ୍, ସଂକୀର୍ଣ୍ଣ ରାସ୍ତା ଆଦିକୁ ବୁଝାଏ। ତେବେ କ୍ରିକେଟର କଥା କହିଲେ ଗଲୀ ପୋଜିଜନ୍‌କୁ ସ୍ଲିପ୍ ମଝିରେ ଥିବା ସଂକୀର୍ଣ୍ଣ ଚ୍ୟାନେଲ୍ କିମ୍ବା ପଏଣ୍ଟକୁ ବୁଝାଏ। ଏହା ଷ୍ଟମ୍ପ୍ ପାଖରେ ଥିବା ସ୍ଲିପ୍ ଏବଂ ପଏଣ୍ଟ ମଝିରେ ଥାଏ। ପ୍ରାୟତଃ ଦକ୍ଷ ବ୍ୟାଟ୍ସମ୍ୟାନ୍‌ମାନେ ନିଜ ବ୍ୟାଟ୍‌ର ଚମତ୍କାର ବୁଲାଣିରେ ଏହି ଆଡକୁ ବଲ୍ ମାରି ରନ୍ ନେଇ ଯାଇଥାନ୍ତି। ତେଣୁ ଏହି ଯାଗା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯେଉଁଠାରେ ଜଣେ ଦକ୍ଷ ଫିଲ୍ଡର ମଧ୍ୟ ରହିଥାଏ।

ତେବେ ସବୁଠାରୁ ରୋଚକ କଥା ହେଲା କିଏ ଏହି ପୋଜିସନକୁ ଆବିଷ୍କାର କଲେ। ୧୮୮୦ ଦଶକରେ ଆର୍ଥର ଜୋନ୍ସ ଥିଲେ ଏହାର ଜନକ ଯିଏ ପରେ ଇଂଲଣ୍ଡର ଅଧିନାୟକ ହୋଇଥିଲେ। ଏହି ଗଲୀ କ୍ରିକେଟ୍ ଫିଲ୍ଡିଂରେ ସ୍ଲିପ୍ ଏବଂ ପଏଣ୍ଟ ମଧ୍ୟରେ ଏକ ସେତୁ ଭାବରେ କାମ କରିଥାଏ। ତେବେ ଏହି ଶବ୍ଦର ପ୍ରଥମ ଜ୍ଞାନ ୧୬୫୭ରେ ଆସିଛି ବୋଲି କୁହାଯାଏ।

Advertisment
India Vs Australia World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ