Advertisment

ଓଡ଼ିଶା ଆସିବେନି ରାହୁଲ, ପୁରା ସିରିଜ୍‌ରୁ ପଡ଼ିଲେ ବାଦ୍‌

କଟକରେ ଆସନ୍ତା ୧୨ ତାରିଖରେ ରହିଛି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ । ଏଥିରେ ଖେଳିବେନି କେ ଏଲ୍ ରାହୁଲ ।

ଅଦ୍ୟତନ ହୋଇଛି
KL Rahul

KL Rahul

Advertisment

ବାଦ୍‌ ପଡ଼ିଲେ ରାହୁଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କେଏଲ୍‌ ରାହୁଲ । ତେଣୁ ଆଗାମୀ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ରାହୁଲ ନଜର ଆସିବେ ନାହିଁ । ଆହତ କାରଣୁ ତାଙ୍କୁ ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ରୁ ବାଦ୍‌ ଦିଆଯାଇଛି । ରାହୁଲଙ୍କ ସ୍ଥାନରେ ରିଷବ ପନ୍ଥ ନେବେ ଭାରତୀୟ କ୍ରିକେଟ୍‌ ଦଳର ନେତୃତ୍ୱ । କଟକରେ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ମ୍ୟାଚ୍‌, ସିରିଜ୍‌ ଦ୍ୱିତୀୟ ମ୍ୟାଚ୍ । ସେହିଭଳି ସ୍ପିନର କୁଲଦୀପ ଯାଦବ ମଧ୍ୟ ଆହତ ହୋଇ ସିରିଜ୍‌ରୁ ବାଦପଡ଼ିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଦାୟିତ୍ୱ ତୁଲାଇବେ ।

Advertisment

ତେବେ ଓଡ଼ିଶାରେ ରାହୁଲଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ହେଲେ ରାହୁଲ ନଖେଳିବା ଖବର ସେମାନଙ୍କୁ ନିରାଶ କରିଛି ।

Cricket KL Rahul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ