Paris Olympic 2024: ନିରାଶ କଲେ ଓଡ଼ିଆ ଜାଭେଲିନ ଥ୍ରୋଅର କିଶୋର, ଫାଇନାଲରୁ ବାଦ୍

ଫାଇନାଲ ରାଉଣ୍ଡରୁ ବାଦ୍ ପଡ଼ିଲେ ଓଡ଼ିଆ ଆଥଲେଟ୍ କିଶୋର ଜେନା । ମଉଳିଲା ପଦକ ଆଶା ।

Kishore Jena

ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ନିରାଶ କଲେ ଓଡ଼ିଆ ଆଥଲେଟ୍ କିଶୋର ଜେନା । ଫାଇନାଲ ରାଉଣ୍ଡରୁ ବାଦ୍ ପଡ଼ିବା ପରେ ଜାଭେଲିନରେ କିଶୋରଙ୍କ ଠାରୁ ଭାରତର ପଦକ ଆଶା ମଉଳି ଯାଇଛି । ଯୋଗ୍ୟତା ପର୍ଯ୍ୟାୟରେ କିଶୋର ପ୍ରଥମ ପ୍ରୟାସରେ ୮୦.୭୩ ମିଟର ଥ୍ରୋ କରିବା ପରେ ଫାଇନାଲ ଖେଳିବା ଆଶା ବଢ଼ିଥିଲା । ମାତ୍ର ଦ୍ୱିତୀୟ ପ୍ରୟାସ ଫାଉଲ ହେବାରୁ କିଶୋରଙ୍କ ପାଖରେ ତୃତୀୟ ଓ ଶେଷ ସୁଯୋଗ ବାକି ରହିଥିଲା ।

ଅଧିକ ପଢ଼ନ୍ତୁ: Paris Olympics 2024: ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ପରେ ତୃତୀୟ ପ୍ରୟାସରେ ୮୦.୨୧ ଥ୍ରୋ କରିଥିଲେ କିଶୋର । ଫଳରେ ଗ୍ରୁପ ଏ'ରେ ନବମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ କିଶୋର ।ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବାକୁ ୮୪ ମିଟର ଥ୍ରୋ ଆବଶ୍ୟକତା ଥିଲା ।

ତେବେ ଗ୍ରୁପ ବି' ଥିବା ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଛନ୍ତି । ଫଳରେ ଜାଭେଲିନରେ ଭାରତକୁ ଆଉ ଏକ ପଦକ ମିଳିବା ସମ୍ଭାବନା ବଢ଼ିଛି । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଥ୍ରୋ କରିବା ପରେ ଫାଇନାଲରେ ସ୍ଥାନ ପକା କରିଥିଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶନ ପରି ୨୬ ବର୍ଷୀୟ ନୀରଜ, ୮୪ ମିଟରରୁ ଅଧିକ ଥ୍ରୋ କରି ଫାଇନାଲ ଖେଳିବାକୁ ସିଧାସଖଳ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅଧିକ ପଢ଼ନ୍ତୁ: Paris Olympics 2024: ବିରଳ ରେକର୍ଡ: ଆଖି ପଲକରେ ସ୍ବର୍ଣ୍ଣ ପଦକ ଜିତିଲେ ଲାଇଲ୍ସ !