Advertisment

ରାଷ୍ଟ୍ରୀୟ ରାଇଫଲ ସଂଘର ନୂଆ ଅଧ୍ୟକ୍ଷ କଳିକେଶ

ରାଷ୍ଟ୍ରୀୟ ରାଇଫଲ ସଂଘର (NRAI) ନୂଆ ଅଧ୍ୟକ୍ଷ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । ପୂର୍ବରୁ ସେ ଉପାଧ୍ୟକ୍ଷ ରହିଥିଲେ ।

ଅଦ୍ୟତନ ହୋଇଛି
Kalikesh Narayan Singh Deo elected NRAI President

Kalikesh Narayan Singh Deo elected NRAI President

Advertisment

ଭାରତୀୟ ରାଷ୍ଟ୍ରୀୟ ରାଇଫଲ ସଂଘର (NRAI) ନୂଆ ଅଧ୍ୟକ୍ଷ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । ଶନିବାର ସମ୍ୱିଧାନ କ୍ଳବରେ ଅନୁଷ୍ଠିତ ରାଇଫଲ ସଂଘର ନିର୍ବାଚନରେ ଭିକେ ଧଲଙ୍କୁ ୩୬-୨୧ ଭୋଟରେ ହରାଇଛନ୍ତି କଳିକେଶ। ଏହାପରେ ସେ NRAIର ସମ୍ମାନଜନକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । 

Advertisment

ଓଡ଼ିଆ ପୁଅ ତଥା ପୂର୍ବତନ ସାଂସଦ କଳିକେଶ ସିଂହଦେଓ, ଗତ କିଛି ମାସ ଧରି ଭାରତୀୟ ରାଇଫଲ ସଂଘର ସମସ୍ତ ପରିଚାଳନା କାର୍ଯ୍ୟର ଦେଖାଶୁଣା କରୁଥିଲେ। ସରକାରଙ୍କ ଜାତୀୟ ଖେଳ ସଂହିତା (NSC)ଅନୁସାରେ ଗତବର୍ଷ ରନିନ୍ଦର ସିଂହ ଇସ୍ତଫା ଦେଇଥିଲେ । ଏହା ପରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଜାତୀୟ କ୍ରୀଡା ମହାସଂଘ(NSF)ର ମୁଖ୍ୟମାନେ ୧୨ ବର୍ଷରୁ ଅଧିକ ସମୟ ପଦରେ ରହିପାରିବେ ନାହିଁ ବୋଲି ଗତବର୍ଷ କ୍ରୀଡା ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଥିଲା।

Advertisment

କ୍ରୀଡା ମନ୍ତ୍ରାଳୟ ନିର୍ଦ୍ଦେଶନାମା ଅନୁଯାୟୀ ମାର୍ଚ୍ଚ ୨୦୨୩ରେ ରନିନ୍ଦର ଅଧ୍ୟକ୍ଷ ଭାବେ ୧୨ ବର୍ଷ କାର୍ଯ୍ୟ କରିସାରିଥିଲେ । ୨୯ ଡିସେମ୍ବର ୨୦୧୦ରୁ ୨୯ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ପଦରେ ରହିଥିଲେ । ଫଳରେ ନିୟମ ଅନୁସାରେ ସେ ଆଉ ପଦରେ ରହିପାରିବେ ନାହିଁ ।

କ୍ରୀଡା ମନ୍ତ୍ରାଳୟ ନିର୍ଦ୍ଦେଶନାମା ପରେ ଗତବର୍ଷ ଏପ୍ରିଲରେ ରନିନ୍ଦର ଅଧ୍ୟକ୍ଷ ପଦ ଛାଡ଼ିଥିଲେ । ଏହାପରେ ବରିଷ୍ଠ ଉପାଧ୍ୟକ୍ଷ ଥିବା କଳିକେଶ NRAIର ସମସ୍ତ ପରିଚାଳନା ଦାୟିତ୍ୱ ତୁଲାଉଥିଲେ । ରାଇଫଲ ମହାସଂଘର କାମଚଳା ମୁଖିଆ ଭାବେ କଳିକେଶଙ୍କ କାର୍ଯ୍ୟକାଳରେ ଭାରତ ପ୍ୟାରିସ ଅଲିମ୍ପିକ୍ସରେ ୩ଟି ସ୍ୱର୍ଣ୍ଣ ପଦକ ଜିତିପାରିଛି । ୨୦୧୬ ରିଓ ଅଲିମ୍ପିକ୍ସ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପଦକ ଶୂନ୍ୟ ରହିଥିଲା ଭାରତ । ୨୦୨୫ ପର୍ଯ୍ୟନ୍ତ କଳିକେଶ ଅଧ୍ୟକ୍ଷ ପଦରେ ରହିବେ । 

Advertisment
National Rifle Association Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ