Advertisment

ପୁଅକୁ ନୁହେଁ ବରଂ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଆସିଲେ ୱେଷ୍ଟଇଣ୍ତିଜ୍‌ ଖେଳାଳିଙ୍କ ମାଆ

କୋହଲିଙ୍କୁ ଦେଖି ଖୁସିରେ ଆଲିଙ୍ଗନ କରିଲେ ୱେଷ୍ଟିଣ୍ତିଜ କିପର୍‌ ଜୋଶୁଆ ଡିସିଲ୍ଭାଙ୍କ ମାଆ ।

Virat Kohli

Virat Kohli

Advertisment

ୱେଷ୍ଟଇଣ୍ତିଜରେ ଚାଲିଛି ବିରାଟଙ୍କ ଜଲୱା । କେବଳ ଅନଫିଲ୍ଡ ନୁହେଁ ବରଂ ଅଫଫିଲ୍ଡ ବି କୋହଲିଙ୍କୁ ନେଇ ଚର୍ଚ୍ଚା । କୋହଲିଙ୍କୁ ଦେଖି ଖୁସିରେ ଆଲିଙ୍ଗନ କରିଲେ ୱେଷ୍ଟିଣ୍ତିଜ କିପର୍‌ ଜୋଶୁଆ ଡିସିଲ୍ଭାଙ୍କ ମାଆ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପୋର୍ଟ ଅଫ୍ ସ୍ପେନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଏବେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହା ଉଭୟ ଦେଶର ‌କ୍ରିକେଟ‌େପ୍ରେମୀଙ୍କୁ ଖୁସି କରାଇଛି।

Advertisment

ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଭାରତୀୟ ଟିମ୍ ବସ୍ ଯୋଗେ ହୋଟେଲକୁ ଫେରୁଥିଲେ, ସେତେବେଳେ ଏକ ଭାବପ୍ରବଣ ଭରା ଦୃଶ୍ୟ ଦେଖିବାକୁ ମିଳିଥିଲା । ବସ୍ ଆଗରେ ବିରାଟ କୋହଲିଙ୍କୁ ଅନାଇ ବସିଥିଲେ ୱେଷ୍ଟଇଣ୍ଡିଜର ୱିକେଟ୍‌ କିପର ଜୋଶୁଆ ଡିସିଲ୍ଭାଙ୍କ ମାଆ। ବାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିରାଟ ଯେତେବେଳେ ବସରୁ ତଳକୁ ଓହ୍ଲାଇଥିଲେ ଜୋଶୁଆଙ୍କ ମାଆ ବିରାଟଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ତାଙ୍କ ଗାଲକୁ ସ୍ନେହରେ ଚୁମ୍ବନ ଦେଇଥିଲେ । ବିରାଟ କୋହଲିଙ୍କୁ ଭେଟିବା ପରେ ଜୋଶୁଆ ଡିସିଲଭାଙ୍କ ମାଆ ବେଶ୍‌ ଖୁସିଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଇଛି । ସେ ବିରାଟଙ୍କ ସହ କିଛି ସମୟ କଥା ହେବା ପରେ ତାଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା ।

Advertisment

BCCI ପକ୍ଷରୁ ଏହାର ଏକ ଭିଡିଓ ଟ୍ୱିଟର୍‌ରେ ପୋଷ୍ଟ କରାଯାଇଛି । ଯେଉଁଥିଲେ ଯୋଶୁଆ କହୁଛନ୍ତି ଯେ, ମୋ ମାଆ ମୋର ଖେଳ ଦେଖିବା ବଦଳରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଆସିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ମୋ ମାଆ ମତେ ମ୍ୟାଚ୍‌ର ଦୁଇଦିନ ପୂର୍ବରୁ କହିଥିଲେ ଫିଲ୍ଡରେ ସେ ମୋ ଖେଳ ନୁହେଁ ବରଂ ବିରାଟଙ୍କ ବ୍ୟାଟିଂ ଦେଖିବାକୁ ଯିବେ’ ।

Advertisment

ବିରାଟଙ୍କ ଭାଇରାଲ ହେଉଥିବା ଭିଡିଓକୁ ବିଶ୍ୱବାସୀ ବେଶ୍‌ ପସନ୍ଦ କରିଛନ୍ତି । ବିରାଟ ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛନ୍ତି, ଯେଉଁଥିରେ ପ୍ରଥମ ଇନିଂସରେ ସେ ଶତକ ହାସଲ କରିଛନ୍ତି ।

Virat Kohli Viral Video INDvsWI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ