ଜୟ ଶାହ ଆଇସିସିର ନୂଆ ଅଧ୍ୟକ୍ଷ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଜୟ ଶାହ । ଶାହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ।

Jay Shah

ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଜୟ ଶାହ । ଶାହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଶାହ । ଫଳରେ ୨୦୨୪ ଡିସେମ୍ବରରୁ କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦର ସମ୍ମାନଜନକ ଭୁମିକା ତୁଲାଇବେ ବିସିସିଆଇ ସମ୍ପାଦକ ରହିଥିବା ଜୟ ଶାହ ।

ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ ଶାହ । ପୂର୍ବରୁ ଅଧ୍ୟକ୍ଷ ଥିବା ଗ୍ରେଗ୍ ବାର୍ସଲେ ତୃତୀୟ ଥର କାର୍ଯ୍ୟକାଳ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିବାପରେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ଆଇସିସି । 

କ୍ରିକେଟର ଲୋକପ୍ରିୟତା ଆହୁରି ବୃଦ୍ଧି ଓ ବିଶ୍ୱର ଅନ୍ୟ ସ୍ଥାନରେ କ୍ରିକେଟକୁ ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଶାହ । ବିଶେଷକରି ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ପୁଣି କମବ୍ୟାକ୍ କରୁଥିବାରୁ କ୍ରିକେଟର ଉନ୍ନତି ପାଇଁ ଏହା ବଡ଼ ଅବସର ହେବ ବୋଲି କୁହାଯାଉଛି ।ଅକ୍ଟୋବର ୨୦୧୯ରୁ ବିସିସିଆଇର ସମ୍ପାଦକ ରହିଥିଲେ ଶାହ । ସେହିପରି ଜାନୁଆରୀ ୨୦୨୧ରୁ ଏସିଆନ କ୍ରିକେଟ କାଉନସିଲର ମଧ୍ୟ ଚେୟାରମ୍ୟାନ ରହିଥିଲେ ।