Ravindra Jadeja
ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଜବରଦସ୍ତ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପାଇଁ କମାଲ କରିଛନ୍ତି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା। ପନ୍ତଙ୍କ ବିସ୍ଫୋରକ ୧୪୬ ଓ ଜାଡେଜାଙ୍କ ଅପରାଜିତ ୧୦୩ ରନ୍ ବଳରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୮ ୱିକେଟ ହରାଇ ୩୭୪ ରନ କରିଛି। ଜାଡେଜା କ୍ରିଜରେ ଥିବାରୁ ଭାରତ ବଡ଼ ସ୍କୋରର ଲକ୍ଷ୍ୟ ରଖିଛି।
ବର୍ମିଂହାମ ଟେଷ୍ଟରେ ରବୀନ୍ଦ୍ର ଜାଡ଼େଜାଙ୍କ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଜାଡେଜାଙ୍କ ଜବରଦସ୍ତ ଶତକ । ୧୮୩ଟି ବଲରୁ ୧୩ଟି ଚୌକା ଜରିଆରେ ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ଜାଡେଜା ତୃତୀୟ ଶତକ ହାସଲ କରିଛନ୍ତି ।
ବର୍ମିଂହାମର ଏଜବାଷ୍ଟନରେ ଟିମ୍ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମ୍ରା ଟସ୍ ହାରିବା ପରେ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପାଇଁ ଶୁବମନ ଗିଲଙ୍କ ସହ ଚେତେଶ୍ୱର ପୂଜାରା ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ଗିଲ ମାତ୍ର ୧୭ ରନ୍ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ପୂଜାରା(୧୩) ଆଣ୍ଡରସନଙ୍କ ଦ୍ୱିତୀୟ ଶିକାର ବନିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us