Advertisment

ଆଇପିଏଲ୍‌ ୨୦୨୩: ଫିଲ୍ଡ ଭିତରେ ପରସ୍ପରକୁ ଚାପୁଡ଼ା ମାରିଲେ ଶୁବମନ୍‌ - ଇସାନ ! ଭିଡିଓ ଭାଇରାଲ୍‌...

ଫିଲ୍ଡରେ ଶୁବମନ୍‌ ଓ ଇସାନ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଏମାନଙ୍କର ଏହି ବନ୍ଧୁତ୍ୱ ନା ଖାଲି ଫିଲ୍ଡ ଭିତରେ ଦେଖିବାକୁ ମିଳିଛି ଫିଲ୍ଡ ବାହାରେ ମଧ୍ୟ ନଜର ଆସିଛି।

ଅଦ୍ୟତନ ହୋଇଛି
IPL 2023

Ishan Kishan and Shubman Gill slap each other video goes viral

Advertisment

ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଉଭୟ ଶୁବମନ୍‌ ଗିଲ୍‌ ଓ ଇସାନ କିଶାନ ଭଲ ଖେଳାଳି ଭାବେ ପଡ଼ିଆରେ ସେମାନଙ୍କର ଭଲ ପର୍‌ଫର୍ମାନ୍ସ ଦେଖିବାକୁ ମିଳିଥାଏ। ଫିଲ୍ଡରେ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଏମାନଙ୍କର ଏହି ବନ୍ଧୁତ୍ୱ ନା ଖାଲି ଫିଲ୍ଡ ଭିତରେ ଦେଖିବାକୁ ମିଳିଛି ଫିଲ୍ଡ ବାହାରେ ମଧ୍ୟ ନଜର ଆସିଛି। ନିକଟରେ ଉଭୟଙ୍କ ଏମିତି ଏକ  ଘନିଷ୍ଠ ବନ୍ଧୁତ୍ୱ ସମ୍ପର୍କର ଦୃଶ୍ୟ ସାମ୍ନାକୁ ଆସିଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଅଧିକ ପଢ଼ନ୍ତୁ: କୋଲକାତା ଠାରୁ ପରାଜୟ ପରେ ବିରାଟ କହିଲେ- ଆମେ ହାରିବାକୁ ଯୋଗ୍ୟ

ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌ ବେଳେ ଶୁବମନ୍‌ ଓ ଇସାନ ପରସ୍ପରକୁ ଭେଟିଥିଲେ। ଯେତେବେଳେ ଗିଲ୍‌ ଫିଲ୍ଡ ଭିତରକୁ ଏଣ୍ଟ୍ରି କରିଥିଲେ ଏହି ସମୟରେ ଇସାନ ତାଙ୍କୁ ଦେଖି ମଜାକ୍‌ରେ ତାଙ୍କ ଗାଲରେ ଚାପୁଡ଼ା ମାରିଥିଲେ। ଏହାର ପ୍ରତି ବଦଳରେ ଗିଲ୍‌ ମଧ୍ୟ ମଜାକ୍‌ରେ ଇସାନଙ୍କ ଗାଲରେ ଚାପୁଡ଼ା ମାରିଥିଲେ। ଏହାପରେ କିଛି ସମୟ ପାଇଁ ଉଭୟ ପରସ୍ପର ସହ ଲାଗିବା ସହ ହସ ହସ ମୁହଁରେ ଫିଲ୍ଡକୁ ଅଭ୍ୟାସ ମ୍ୟାଚ୍‌ ପାଇଁ ବାହାରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians) ପକ୍ଷରୁ ଭିଡିଓଟି ସୋସିଆଲ୍‌ ମିଡିଆରେ ଶେୟାର କରାଯାଇଛି।

Advertisment

ଭିଡିଓକୁ ନେଇ ଫ୍ୟାନ୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଜଣେ ଫ୍ୟାନ୍‌ ଲେଖିଛନ୍ତି ‘ସାଙ୍ଗ ହେବ ତ ଇସାନ ଓ ଗିଲ୍‌ଙ୍କ ଭଳି’। ଆଉ ଜଣେ ଫ୍ୟାନ୍‌ ଲେଖିଛନ୍ତି ‘ଜାଣିଛନ୍ତି କି କାହିଁକି ଇସାନ, ଗିଲ୍‌ଙ୍କୁ ଚାପୁଡ଼ା ମାରିଲେ ?’।

IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ