Advertisment

ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଜୋର୍‌ ଲଗାଇବ ଦିଲ୍ଲୀ; ଟସ୍‌ ଜିତି ଋଷଭ୍‌ ପନ୍ତଙ୍କ ବୋଲିଂ ନିଷ୍ପତ୍ତି

ଆଜି ଆଇପିଏଲ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ମ୍ୟାଚ୍‌ ଜିତିଲେ ଦଳ ପ୍ଲେ ଅଫ ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

ଅଦ୍ୟତନ ହୋଇଛି
DC vs RR

DC vs RR

Advertisment

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

Advertisment

ଋଷଭ ପନ୍ତ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀ ୨ ଟି ପରିବର୍ତ୍ତନ କରିଛି । ରିପଲ ପଟେଲଙ୍କ ସ୍ଥାନରେ ଦଳରେ ଲଲିତ ଯାଦବଙ୍କୁ ଖେଳା ଯାଇଥିବା ବେଳେ ଖଲିଲ ଅହମ୍ମଦଙ୍କ ସ୍ଥାନରେ ଚେତନ ସାକରିଆଙ୍କୁ ସୁଯୋଗ ଦିଆଯାଇଛି।

ରାଜସ୍ଥାନ ବର୍ତ୍ତମାନ ସୁଦ୍ଧା ୧୧ ଟି ମ୍ୟାଚରୁ ୭ ଟି ମ୍ୟାଚ୍‌ ଜିତି ୧୪ ପଏଣ୍ଟ ସହ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଏଥି ସହିତ ଦିଲ୍ଲୀ ୧୧ ଟି ମ୍ୟାଚରୁ ମାତ୍ର ୫ ଟି ମ୍ୟାଚ୍‌ ଜିତିଥିବାବେଳେ ୬ ଟି ରେ ହାରିଛି । ଦଳ ୧୦ ପଏଣ୍ଟ ସହ ୫ ମ ସ୍ଥାନରେ ରହିଛି ।

Advertisment

ରାଜସ୍ଥାନ ରୟାଲ୍ସ : ଯଶସ୍ୱୀ ଜେସୱାଲ, ଜସ୍ ବଟଲର, ସଞ୍ଜୁ ସାମସନ, ଦେବଦତ୍ତ ପାଡିକଲ, ରସି ଭାନଡେର୍ ଡୁସେନ୍, ରିୟାନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ , ପ୍ରଶାନ୍ତ କୃଷ୍ଣ, ଯୁଜଭେନ୍ଦ୍ର ଚହଲ, କୁଲଦୀପ ସେନ୍

ଦିଲ୍ଲୀ କ୍ୟାପିଟାଲ୍ସ : ଡେଭିଡ୍‌ ୱାର୍ଣ୍ଣର, ଶ୍ରୀକର୍‌ ଭରତ, ମିଚେଲ୍‌ ମାର୍ଶ, ଋଷଭ୍‌ ପନ୍ତ, ଲଲିତ ଯାଦବ, ରୋମେନ୍‌ ପାୱେଲ୍‌, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର, ଚେତନ ସାକରିଆ, କୁଲଦିପ୍‌ ଯାଦବ, ଏନ୍‌ରିକ୍‌ ନର୍କିଆ

Advertisment
IPL 2022 DC Vs RR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ