IPL ରେକର୍ଡ କଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର୍ ମିଚେଲ୍ ଷ୍ଟାର୍କ । ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ କିଣିଲା କୋଲକାତା ନାଇଟି ରାଇଡର୍ସ । ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେଲେ ଷ୍ଟାର୍କ । ଆଜିର ଅକ୍ସନରେ ଧମାଲ ମଚାଇଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ପ୍ରଥମେ ହେଡ୍, ତା’ପରେ କମିନ୍ସ ଆଉ ଏବେ ଷ୍ଟାର୍କ IPL ର ଦାମୀ ଖେଳାଳି ପାଲଟିଛନ୍ତି ।
ଷ୍ଟାର୍କଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିବା ବେଳେ ତାଙ୍କୁ ୨୪.୭୫ କୋଟିରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଗୁଜରାଟ ଟାଇଟନ୍ସ ସହ ଜୋରଦାର୍ ପ୍ରତିଦ୍ୱନ୍ଦ୍ୱିତା ପରେ ଶେଷରେ ୨୪.୭୫ କୋଟିରେ ଷ୍ଟାର୍କଙ୍କୁ କିଣିଲା କୋଲକାତା । ସେହିପରି କମିନ୍ସଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିବା ବେଳେ ୨୦.୫୦ କୋଟିରେ ବିକ୍ରି ହୋଇଛନ୍ତି । ବାଙ୍ଗାଲୋର ସହ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ପରେ କିଣିଲା ହାଇଦ୍ରାବାଦ ।
Also Read
୨୦୨୩ IPL ଅକ୍ସନରେ ୩ ଜଣ ଖେଳାଳି ୧୫ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲେ । ସାମ କରାନ୍ଙ୍କୁ ୨୦୨୩ ରେ ପଞ୍ଜାବ ୧୮.୫୦ କୋଟିରେ କିଣିଥିଲା । ସେହିପରି ଅଷ୍ଟ୍ରେଲିଆ ଖେଳାଳି କ୍ୟାମରନ୍ ଗ୍ରୀନଙ୍କୁ ୧୭.୫୦ କୋଟିରେ କିଣିଥିଲା ମୁମ୍ବାଇ । ବେନ୍ ଷ୍ଟୋକ୍ସଙ୍କୁ ୧୬.୨୫ କୋଟିରେ କିଣିଥିଲା ଚେନ୍ନାଇ । ଭାରତୀୟ ଖେଳାଳି ଭାବେ ଇଶାନ୍ କିଶନ ୧୫.୨୫ କୋଟିରେ କିଣିଥିଲା ମୁମ୍ବାଇ ।
ତେବେ ଏହି ଆଇପିଏଲ୍ରେ ଆହୁରି ନୂଆ ଖେଳାଳି ସାମିଲ ହୋଇଛନ୍ତି । ନ୍ୟୁଜିଲାଣ୍ତର ଓପନ୍ର ବ୍ୟାଟ୍ସମ୍ୟାନ୍ ରଚିନ୍ ରବିନ୍ଦ୍ରଙ୍କୁ ଚେନ୍ନାଇ ୧.୮୦ କୋଟିରେ କିଣିଛି । ସେହିଭଳି ବିଶ୍ୱକପ୍ ହିରୋ ଟ୍ରାଭିସ୍ ହେଡ୍ଙ୍କୁ ୬.୮ କୋଟିରେ କିଣିଛି ହାଇଦ୍ରାବାଦ୍ । ଆକ୍ସନ ଆରମ୍ଭରୁ ହିଁ ରୋଭମାନ୍ ପାୱେଲ୍ଙ୍କୁ ୭.୪ କୋଟିରେ କିଣିଥିଲା ରାଜସ୍ଥାନ ରୟାଲ୍ସ ।
ଆଇପିଏଲ ୨୦୨୪ ପାଇଁ ଆଜି ନିଲାମୀ । ପ୍ରଥମଥର ପାଇଁ ଦୁବାଇରେ ନିଲାମୀ କରିବାର ବ୍ୟବସ୍ଥା କରାଯାଇଛି । ଏଥର ଅନକ୍ୟାପ ଖେଳାଳିଙ୍କ ପାଇଁ ମଧ୍ୟ ଅଧିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିବାକୁ ଯୋଜନା ରଖିଛି ବିସିସିଆଇ । ଏହାଦ୍ବାରା ଭାରତୀୟ ଅନକ୍ୟାପ ଖେଳାଳି ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।