IPL 2025 Retention: ଆସିଲା IPL ରିଟେନ୍‌ସନ୍‌ ଲିଷ୍ଟ୍‌, ଜାଣନ୍ତୁ କେଉଁ ଟିମ୍‌ ରଖିଲେ କାହାକୁ...

ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍‌ ରିଟେନ୍‌ କରିଥିବା ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଆଗାମୀ ଆଇପିଏଲ ୨୦୨୫ ପାଇଁ କେଉଁ ଫ୍ରାଞ୍ଚାଇଜ୍‌ କାହାକୁ ରିଟେନ୍‌ କରିଛନ୍ତି...

IPL 2025 retention

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ପାଇଁ ରିଟେନ୍‌ସନ୍‌ ଲିଷ୍ଟ ପ୍ରକାଶ ପାଇଛି । ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍‌ ରିଟେନ୍‌ କରିଥିବା ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି । ରିଟେନସନ୍‌ରେ ଚଳିତ ଥର ସବୁ ଫ୍ରାଞ୍ଚାଇଜ୍‌ଙ୍କୁ ୬ ଖେଳାଳି ରଖିବାର ବିକଳ୍ପ ଦିଆଯାଇଥିଲା । ଏଥିମଧ୍ୟରୁ ୫ ଜଣ କ୍ୟାପ୍ଡ୍‌ ଓ ଜଣେ ଅନ୍‌କ୍ୟାପ୍‌ଡ ଖେଳାଳିଙ୍କୁ ରଖିପାରିବେ । ଏହା ବ୍ୟତୀତ ଯେଉଁଦଳ ୬ରୁ କମ୍‌ ଖେଳାଳିଙ୍କୁ ରଖିଛନ୍ତି ସେମାନେ ମେଗା ଅକ୍ସନରେ ଆରଟିଏମ୍‌ ମାଧ୍ୟମରେ କିଛି ଖେଳାଳିଙ୍କୁ ଦଳରେ ସାମିଲ କରିପାରିବେ ।

ଯଦି ଆମେ ଏଥର ସମସ୍ତ ଦଳର ପର୍ସ ବିଷୟରେ କଥା ହେବା, ତେବେ ସବୁ ଫ୍ରାଞ୍ଚାଇଜ୍‌ ପାଖରେ ଚଳିତ ଥର ୧୨୦ କୋଟି ଟଙ୍କା ଥିଲା । ତେବେ ରିଟେନ୍‌ସନ୍‌ରେ ଗୋଟିଏ ଦଳ ସର୍ବାଧିକ ୭୫ କୋଟି ଖର୍ଚ୍ଚ ପାରିବେ । ଏହା ପରେ, ଅବଶିଷ୍ଟ ଟଙ୍କା ସହିତ ଦଳ ମେଗା ଅକ୍ସନରେ ଖେଳାଳିଙ୍କ ନିଜ ଦଳରେ ସାମିଲ କରିପାରିବେ । ତେବେ ଆସନ୍ତୁ ଜାଣିବା ଆଗାମୀ ଆଇପିଏଲ ୨୦୨୫ ପାଇଁ କେଉଁ ଫ୍ରାଞ୍ଚାଇଜ୍‌ କାହାକୁ ରିଟେନ୍‌ କରିଛନ୍ତି...

କେଉଁ ଦଳ କାହାକୁ କରିଲେ ରିଟେନ୍‌

ଚେନ୍ନାଇ ସୁପର କିଙ୍ଗସ୍‌: ଋତୁରାଜ ଗାଏକ୍ୱାଡ୍‌, ମଥିଶା ପତରଣା, ଶିଭମ୍‌ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି

ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମ୍ରା, ରୋହିତ ଶର୍ମା, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ରଜତ ପଟିଦାର, ୟଶ ଦୟାଲ

କୋଲକାତା ନାଇଟ ରାଇଡର୍ସ: ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଆନ୍ଦ୍ରେ ରସଲ, ହର୍ଷିତ ରାଣା, ରମନଦୀପ ସିଂ

ଦିଲ୍ଲୀ କ୍ୟାପିଟାଲ୍ସ: କୁଲଦୀପ ଯାଦବ, ଟ୍ରିଷ୍ଟନ୍‌ ଷ୍ଟବ୍ସ୍, ଅକ୍ଷର ପଟେଲ, ଅଭିଷେକ ପୋରେଲ

ପଞ୍ଜାବ କିଙ୍ଗ୍ସ: ଶଶାଙ୍କ ସିଂ, ପ୍ରଭସିରନ୍‌ ସିଂ

ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌: ନିକୋଲାସ୍‌ ପୁରନ, ରବି ବିଷ୍ଣୋଇ, ମୟଙ୍କ ଯାଦବ, ମୋସିନ୍‌ ଖାନ୍‌, ଆୟୁଷ ବଦାନୀ

ଗୁଜରାଟ ଟାଇଟନ୍‌: ରସିଦ ଖାନ, ଶୁଭମନ ଗିଲ, ସାଇ ସୁଦର୍ଶନ, ରାହୁଲ ତେୱାଟିଆ, ଶାହରୁଖ ଖାନ

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍‌, ୟଶ୍ୱସୀ ଜୟସଲ, ସିମରନ୍‌ ହେଟମାୟର, ରିଆନ ପରାଗ, ଧ୍ରୁବ ଜୁରେଲ, ସନ୍ଦୀପ ଶର୍ମା

ସନ୍‌ ରାଇଜର୍ସ ହାଇଦ୍ରାବାଦ: ପ୍ୟାଟ୍‌ କମିନ୍ସ, ଅଭିଶେକ ଶର୍ମା, ନୀତିଶ ରେଡ୍ଡୀ, ହେନରିକ୍‌ କ୍ଲାସେନ୍, ଟ୍ରାଭିସ୍‌ ହେଡ୍‌

ରିଟେନ୍‌ସନ୍‌ ପରେ କେଉଁ ଦଳ ପାଖରେ କେତେ ରହିଛି ଅର୍ଥ

ସନ୍‌ ରାଇଜର୍ସ ହାଇଦ୍ରାବାଦ: ୧୧୦.୫ କୋଟି

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୮୩ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ: ୭୩ କୋଟି

ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌: ୬୯ କୋଟି

ଗୁଜରାଟ ଟାଇଟନ୍‌: ୬୯ କୋଟି

ଚେନ୍ନାଇ ସୁପର କିଙ୍ଗସ୍‌: ୫୫ କୋଟି

କୋଲକାତା ନାଇଟ ରାଇଡର୍ସ: ୫୧ କୋଟି

ସନ୍‌ ରାଇଜର୍ସ ହାଇଦ୍ରାବାଦ: ୪୫ କୋଟି

ମୁମ୍ବାଇ ଇଣ୍ଡିଆନ୍ସ: ୪୫ କୋଟି

ରାଜସ୍ଥାନ ରୟାଲ୍ସ: ୪୧ କୋଟି