Advertisment

IPL 2024: ଆଜି ସଂଧ୍ୟାରେ ହାଇଭୋଲଟେଜ୍‌ ମ୍ୟାଚ୍‌; KKR-RCB ମଧ୍ୟରେ କଡ଼ା ଟକ୍କର

ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। କାରଣ ଆଜି ସାମ୍ନାସାମ୍ନି ହେବେ କୋହଲି ଏବଂ ଗମ୍ଭୀର।

ଅଦ୍ୟତନ ହୋଇଛି
KKR Vs RCB

KKR Vs RCB

Advertisment

ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍‌ ଟିମ୍‌। ସାମ୍ନାସାମ୍ନି ହେବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ ରାଇଡର୍ସ। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। କାରଣ ଆଜି ସାମ୍ନାସାମ୍ନି ହେବେ କୋହଲି ଏବଂ ଗମ୍ଭୀର। ତେବେ ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି।

Advertisment

ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ କେକେଆର୍‌ ନିଜ ବିଜୟଧାରା ଆରମ୍ଭ କରିଛି। ସେପଟେ ବେଙ୍ଗାଲୁରୁ ପ୍ରଥମ ମ୍ୟାଚ୍‌ ହାରିଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ କୋହଲିଙ୍କ ଦମଦାର ବ୍ୟାଟିଂ ବଳରେ ପଞ୍ଜାବକୁ ମାତ ଦେଇଛି। ଉଭୟ ଦଳର ବ୍ୟାଟିଂ ବେଶ୍‌ ମଜବୁତ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ବୋଲିଂ ବିଭାଗରେ ରୟାଲ୍ସଠାରୁ କେକେଆର୍‌ ମଜବୁତ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ବିଶେଷ କରି ସ୍ପିନ୍‌ ୟୁନିଟ୍‌ରେ।

ପଢନ୍ତୁ ଏହି ଖବର: ପାଣ୍ତ୍ୟାଙ୍କ ହରକତ୍‌କୁ ନେଇ ଖପ୍ପା ଫ୍ୟାନ୍ସ; କହିଲେ ଏମିତି କଥା..ଦେଖନ୍ତୁ ଭିଡିଓ

Advertisment

ଉଭୟ ଦଳରେ ବ୍ୟାଟିଂ ତାଲିକା ବେଶ୍‌ ଲମ୍ବା ଥିବା ବେଳେ ବୋଲିଂ ଆଟାକ୍‌ରେ ହେଭିୱେଟ୍‌ ବୋଲର୍‌ ମଧ୍ୟ ରହିଛନ୍ତି। ରୟାଲ୍ସରେ ମହମ୍ମଦ ସିରାଜ, ଅଲଜାରି ଜୋସେଫ୍‌ ଥିବା ବେଳେ ଆଇପିଏଲ୍‌ର ଦାମୀ ଖେଳାଳି ମିଚେଲ୍‌ ଷ୍ଟାର୍କ, ହର୍ସିତ ରାଣା ଆଦି କେକେଆର୍‌ରେ ରହିଛନ୍ତି। ପୂର୍ବ ମ୍ୟାଚ୍‌ରେ ଷ୍ଟାର୍କ ଟିକେ ମହଙ୍ଗା ପଡ଼ିଥିଲେ। କିନ୍ତୁ ହର୍ଷିତ ରାଣାଙ୍କ ଶେଷ ଓଭର୍‌ କେକେଆର୍‌କୁ ବିଜୟ ଦେଇଥିଲା।

ପୁଣି ଥରେ ଦିନେଶ କାର୍ତ୍ତିକଙ୍କୁ ଫିନିସିଂ ଭୂମିକାରେ ଦେଖିବାକୁ ମିଳିଛି। ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ସେ ଟିମ୍‌କୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ରୟାଲ୍ସର ବ୍ୟାଟିଂ ଭାର ବିରାଟ କୋହଲି ଓ ଫାପ୍‌ ଡୁପ୍ଲେସିସ୍‌ ଉପରେ ନିର୍ଭର କରୁଛି। ମ୍ୟାକ୍ସୱେଲ୍‌ ୨ଟି ଯାକ ମ୍ୟାଚ୍‌ରେ ସେମିତି କିଛି ପ୍ରଦର୍ଶନ କରିନାହାନ୍ତି। ତେବେ ତାଙ୍କ ଉପରେ ମଧ୍ୟ ଦଳ ବେଶ୍‌ ନିର୍ଭର କରୁଛି। ସେପଟେ ଶ୍ରେୟସ ଆହତ ସମସ୍ୟା ପରେ ଦଳକୁ ଫେରିଛନ୍ତି। ଯାହା ଦଳକୁ ବେଶ୍‌ ମଜବୁତ କରିଛି। କେକଆର୍‌ରେ ଫିନିସିଂ ଭୂମିକାରେ ରହିଛନ୍ତି ପୂର୍ବଥରର ଷ୍ଟାର୍‌ ରିଙ୍କୁ ସିଂ ଓ ଆଣ୍ତ୍ରେ ରସଲ।

Advertisment
Virat Kohli IPL Gautam Gambhir KKR Vs RCB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ