Advertisment

ଆଇପିଏଲ୍‌ ପ୍ରେମୀଙ୍କ ପାଇଁ ଗ୍ରୀନ ସିଗନାଲ: ଏଣିକି ଘରେ ନୁହଁ, ଷ୍ଟାଡ଼ିୟମରେ ବସି ଦେଖିବେ ମ୍ୟାଚ୍‌

ଦୀର୍ଘଦିନ ହେଲା ଭାରତୀୟ କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଭାରତୀୟ କ୍ରିକେଟ ପ୍ରେମୀମାନେ ଏବେ ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ।

ଅଦ୍ୟତନ ହୋଇଛି
IPL 2022

IPL 2022

Advertisment

ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ୍‌ ଆଇପିଏଲ ୨୦୨୨ ସଂସ୍କରଣ । ତେବେ ଦୀର୍ଘଦୀନ ଧରି କୋଭିଡ଼ କଟକଣା କାରଣରୁ ଷ୍ଟାଡ଼ିୟମକୁ ଦର୍ଶକଙ୍କ ଏଣ୍ଟ୍ରି ନଥିଲା । କିନ୍ତୁ ଆଇପିଏଲ ପ୍ରେମିଙ୍କ ପାଇଁ ଖୁସି ଖବର ଆସିଛି । କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ ଦର୍ଶକ। କାରଣ ବିସିସିଆଇ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଦର୍ଶକଙ୍କ ଏଣ୍ଟ୍ରିକୁ ଗ୍ରୀନ ସିଗ୍ନାଲ ଦେଇଛି।

Advertisment

ମାର୍ଚ୍ଚ ୨୬ ରେ ଆଇପିଏଲର ୧୫ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ମହାରାଷ୍ଟ୍ରରେ ଖେଳାଯିବ। ମୁମ୍ବାଇରେ ୫୫ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ପୁଣେରେ ୧୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଦଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ।

ଆଇପିଏଲ୍-୨୦୨୨ରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ସବୁ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ତିନୋଟି ଭେନ୍ୟୁ ଓ ପୁନେର ଗୋଟିଏ ଭେନ୍ୟୁରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ୬୫ ଦିନ ଧରି ହେବ ଓ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ହେବ। ପ୍ଲେ-ଅଫ୍ ମୁକାବିଲାର ସିଡ୍ୟୁଲ୍ ପରେ ଜାରି କରାଯିବ।

Advertisment

ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ ଗୁଡ଼ିକ ଦେଖିବା ପାଇଁ ଷ୍ଟାଡିୟମକୁ ଦର୍ଶକମାନେ ଯାଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ୨୫% ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ମିଳିବ। ଆଜିଠାରୁ ହିଁ ବିସିସିଆଇ ଲୋକଙ୍କ ପାଇଁ ଟିକେଟ କିଣିବାର ବ୍ୟବସ୍ଥା ଆରମ୍ଭ କରିଛି। ଲୋକମାନେ ଦିନ ୧୨ଟାରୁ ଟିକେଟ କିଣିବା ମଧ୍ୟ ଆରମ୍ଭ କରିଛନ୍ତି। ଦର୍ଶକଙ୍କୁ ଅନୁମତି ମଳିଥିଲେ ହେଁ ସମସ୍ତଙ୍କୁ କୋଭିଡ ପ୍ରୋଟକଲ ପାଳନ କରିବାକୁ କୁହାଯାଇଛି।

IPL 2022 Fans Entry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ