Advertisment

ପ୍ଲେ ଅଫ୍‌ ଦୌଡ଼ରେ କିଏ ରହିବ ଆଗୁଆ ? ଟସ୍‌ ଜିତି ପଞ୍ଜାବର ବୋଲିଂ

ଆଇପିଏଲ୍‌ରେ ବର୍ତ୍ତମାନ ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ସବୁ ଟିମ୍‌ ଜୋର୍‌ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍‌ଟି ଦିଲ୍ଲୀ ଓ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ଅଦ୍ୟତନ ହୋଇଛି
PBKS vs DC

PBKS vs DC

Advertisment

ଆଇପିଏଲ୍‌ ୨୦୨୨ ର ୬୪ ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍‌ଟି ନବି ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ସଂଧ୍ୟା ୭.୩୦ ରେ ଖେଳାଯିବ । ଆଇପିଏଲ୍‌ରେ ବର୍ତ୍ତମାନ ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ସବୁ ଟିମ୍‌ ଜୋର୍‌ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍‌ଟି ଦିଲ୍ଲୀ ଓ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ମ୍ୟାଚ୍‌ରେ ଯିଏ ଜିତିବ ଦୁଇ ପଏଣ୍ଟ ସହ ପ୍ଲେ ଅଫ୍‌ ରେସ୍‌ରେ ଆଗୁଆ ରହିବ । ପଞ୍ଜାବ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।

Advertisment

ଏହି ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ। ପୂର୍ବ ମ୍ୟାଚ୍‌ରେ ପଞ୍ଜାବ ଶକ୍ତିଶାଳୀ ଆରସିବିକୁ ହରାଇଥିଲା। ତେଣୁ ଦଳ ଆଜିର ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ରାଜସ୍ଥାନକୁ ହରାଇଥିବା ଦିଲ୍ଲୀ ଆଜି ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି।

ଚେତନ ସକାରିୟାଙ୍କ ବଦଳରେ ଖଲୀଲ ଅହମଦ ଆଜି ଦଳକୁ କମବ୍ୟାକ କରିଛନ୍ତି। ସେହିପରି କେଏସ ଭରତଙ୍କ ସ୍ଥାନରେ ସର୍ଫରାଜ ଖାନଙ୍କୁ ସୁଯୋଗ ମିଳିଛି। ଭରତ ଖେଳୁ ନଥିବାରୁ ସମ୍ଭବତଃ ଡାଭିଡ ୱାର୍ଣ୍ଣରଙ୍କ ସହ ସର୍ଫରାଜ ଖାନ ଦିଲ୍ଲୀ ପାଇଁ ଇନିଂସ ଆରମ୍ଭ କରିବେ। ଗତ ମ୍ୟାଚ୍‌ରେ ୱାର୍ଣ୍ଣର ଓ ମାର୍ଶ ଦିଲ୍ଲୀକୁ ଜିତାଇଥିଲେ। ତେଣୁ ଆଜି ମଧ୍ୟ ଉଭୟଙ୍କ ବ୍ୟାଟରୁ ଦିଲ୍ଲୀ ବଡ଼ ଇନିଂସ ଆଶା କରୁଛି।

Advertisment

ଦିଲ୍ଲୀ ୧୨ ଟି ମ୍ୟାଚ୍‌ରୁ ୬ ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ୍‌ରେ ୧୨ ପଏଣ୍ଟ ସହ ୫ ମ ସ୍ଥାନରେ ରହିଛି । ସେହିପରି ପଞ୍ଜାବର ମଧ୍ୟ ସମାନ ସ୍ଥିତି ରହିଛି । ପଞ୍ଜାବ ମଧ୍ୟ ୧୨ ଟି ମ୍ୟାଚ୍‌ରୁ ୬ ଟି ରେ ବିଜୟ ହାସଲ କରି ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲ୍‌ରେ ୭ ମ ସ୍ଥାନରେ ରହିଛି । ଦିଲ୍ଲୀର ରନ୍‌ରେଟ୍‌ ପଞ୍ଜାବ ଠାରୁ ଭଲ ରହିଛି ।

IPL 2022 PBKS Vs DC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ