Advertisment

ଇଶାନ୍‌ ଜଣେ ପ୍ରତିଭାଶାଳୀ ଖେଳାଳି, ହେଲେ ତାଙ୍କ ପାଇଁ ୧୫ କୋଟି..

ଅଧିନାୟକ ରୋହିତ ଶର୍ମା ଓ ଟିମ୍‌ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବାରମ୍ବାର ବଦଳାଉଛନ୍ତି ସତ, ହେଲେ ମୁମ୍ବାଇ ଇଣ୍ଡିଆନ୍ସର ପଏଣ୍ଟ ଟେବୁଲରେ ଖାତା ଫିଟୁ ପାରୁନାହିଁ । ଏପଟେ ଅଷ୍ଟ୍ରେଲିଆ ପୂର୍ବତନ କ୍ରିକେଟର ସେନ୍‌ ୱାଟସନ୍‌ କହିଛନ୍ତି କି ଇଶାନ୍‌ କିଶନ ୧୫ କୋଟି ଟଙ୍କାର ଖେଳାଳି ନୁହଁ ।

Ishan Kisan and Shane Watson

Ishan Kisan and Shane Watson

Advertisment

ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୌଣସି ରଣନୀତି ଏଯାଏ କାମ ଦେଉନି। ଅଧିନାୟକ ରୋହିତ ଶର୍ମା ଓ ଟିମ୍‌ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବାରମ୍ବାର ବଦଳାଉଛନ୍ତି ସତ, ହେଲେ ମୁମ୍ବାଇ ଇଣ୍ଡିଆନ୍ସର ପଏଣ୍ଟ ଟେବୁଲରେ ଖାତା ଫିଟୁ ପାରୁନାହିଁ । ଚଳିତ ସିଜିନରେ ମୁମ୍ବାଇ କ୍ରମାଗତ ୫ମ ପରାଜୟ ପରେ ପଏଣ୍ଟ ଟେବୁଲର ୧୦ ନଂ ସ୍ଥାନରେ ରହିଛି ।

Advertisment

୫ ଥର ଚାମ୍ପିୟନ୍‌ ମୁମ୍ବାଇ ଇଣ୍ତିଆନ୍ସ ରୋହିତ ଶର୍ମା, ଜସପ୍ରିତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ ଓ କାଇରନ୍‌ ପୋଲାର୍ଡଙ୍କୁ ଟିମ୍‌ରେ ରିଟେନ୍‌ କରିଥିଲା । ତେବେ ଅକ୍ସନରେ ମୁମ୍ବାଇ ଇଣ୍ତିଆନ୍ସର ଟିମ୍‌ ଚୟନକୁ ନେଇ ସମାଲୋଚନା ହୋଇଥିବା ବେଳେ ବର୍ତ୍ତମାନ ଟିମ୍‌ର ଖରାପ ସ୍ଥିତିକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଅକ୍ସନରେ ଟିମ୍‌ ଇଶାନ୍‌ କିଶାନକୁ ୧୫.୨୫ କୋଟିରେ କିଣିଥିଲା, ଯାହାକୁ ନେଇ ବେଶ୍‌ ଆଲେଚନା ହୋଇଥିଲା । ତେବେ ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ତଥା ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍‌ ସେନ୍‌ ୱାଟସନ ଆଇପିଏଲ ୨୦୨୨ ନିଲାମରେ ଇଶାନ କିଶନଙ୍କ ପାଇଁ ମୁମ୍ବାଇ ଇଣ୍ତିଆନ୍ସ ୧୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ସମାଲୋଚନା କରିଛନ୍ତି।

Advertisment

ମୁମ୍ବାଇ ଇଶାନ୍‌ଙ୍କୁ ଓ ଜୋଫ୍ରା ଆର୍ଚରଙ୍କୁ ଏତେ ଟଙ୍କା ଦେଇ କିଣିଥିବା ନେଇ ୱାଟସନ୍‌ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଇଶାନ୍‌ଙ୍କ ଭଳି ଜଣେ ପ୍ରତିଭାଶାଳୀ ଓପନରଙ୍କୁ ଏତେ ଟଙ୍କାରେ କିଣିବା କଦାପି ଯୁକ୍ତିଯୁକ୍ତ ନୁହେଁ । ମୁମ୍ବାଇ ବର୍ତ୍ତମାନ ଯାଏଁ ଗୋଟିଏ ବି ମ୍ୟାଚ୍‌ରେ ବିଜୟ ହାସଲ କରିନଥିବା ବେଳେ ଇଶାନଙ୍କୁ ୧୫.୨୫ କୋଟି ଓ ଜୋଫ୍ରା ଆର୍ଚରକୁ ୮ କୋଟି ଦେଇ କିଣିଥିବା ନେଇ ଟିମ୍‌ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି । ଆର୍ଚର ଏବେ ଯାଏଁ ମଧ୍ୟ ନିଜ କହୁଣୀ ଆଘାତରୁ ସୁସ୍ଥ ହୋଇନଥିବା ବେଳେ ଆସନ୍ତା ସିଜିନ୍‌ରେ ଖେଳିବା ନେଇ ମଧ୍ୟ ଆଶଙ୍କାରେ ରହିଛନ୍ତି ।

ସେ ଗ୍ରେଡ୍‌ କ୍ରିକେଟ୍‌ ପୋଡକାଷ୍ଟର ବାର୍ତ୍ତାଳାପରେ କହିଛନ୍ତି ଯେ, ମୁମ୍ବାଇ ଇଣ୍ତିଆନ୍ସ ପଏଣ୍ଟ ଟେବୁଲର ତଳେ ରହିବା ଦେଖି ମତେ କିଛି ଆଶ୍ଚର୍ଯ୍ୟ ଲାଗୁନାହିଁ । କାରଣ ସେ ଅକ୍ସନରେ ହିଁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇସାରିଛନ୍ତି । ପ୍ରଥମତଃ ସେ ଇଶାନ୍‌ କିଶାନଙ୍କୁ ୧୫ କୋଟି ଦେଇ କିଣିଲେ, ଇଶାନ ଜଣେ ପ୍ରତିଭାଶାଳୀ ଖେଳାଳି ସତ କିନ୍ତୁ ତାଙ୍କ ପାଇଁ ଟିମ୍‌ ଏତେ ଟଙ୍କା ଖର୍ଚ୍ଚ କରିବା ଠିକ୍‌ ନୁହେଁ ।

Advertisment
Mumbai Indians IPL 2022 Shane Watson
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ