Advertisment

ଦ ରସଲ ମସଲ୍‌ଙ୍କ କମ୍‌ବ୍ୟାକ୍‌ : ଦ୍ୱିତୀୟ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ KKR

ଗତକାଲି କୋଲକାତା ନାଇଟ୍‌ ରାଇଡର୍ସ ୬ ୱିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । କୋଲକାତା ପକ୍ଷରୁ ରସଲ ୭୦ ରନ୍‌, ସାମ୍‌ ବିଲିଙ୍ଗ୍ସ ୨୪ ରନ୍‌, ଶ୍ରେୟସ ଅୟର ୨୬ ରନ୍‌ କରିଥିଲେ । ପୁଣିଥରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମକିଛନ୍ତି ଉମେଶ ଯାଦବ।

Andre Russel

Andre Russel

Advertisment

ଆଇପିଏଲରେ ପୁଣି ଜଲୱା ଦେଖାଇଛନ୍ତି ୱେଷ୍ଟଇଣ୍ତିଜ୍‌ ତାରକା ଆଣ୍ତ୍ରେ ରସଲ । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୩୧ ବଲ୍‌ରେ ୮ଟି ଛକା ଓ ୨ଟି ଚୌକା ବଳରେ ଧୁଆଁଧାର ୭୦ ରନ୍‌ର ଇନିଂସ ଖେଳିଥିଲେ । ବହୁଦିନ ଧରି ତାଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ କାଲି ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତ ପ୍ରଶ୍ନବାଚୀରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Advertisment

ଗତକାଲି କୋଲକାତା ନାଇଟ୍‌ ରାଇଡର୍ସ ୬ ୱିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । କୋଲକାତା ପକ୍ଷରୁ ରସଲ ୭୦ ରନ୍‌, ସାମ୍‌ ବିଲିଙ୍ଗ୍ସ ୨୪ ରନ୍‌, ଶ୍ରେୟସ ଅୟର ୨୬ ରନ୍‌ କରିଥିଲେ । ପୁଣିଥରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମକିଛନ୍ତି ଉମେଶ ଯାଦବ। ଉମେଶଙ୍କ ୪ ୱିକେଟ ସଫଳତା ବଳରେ ପଞ୍ଜାବ କିଙ୍ଗସ ୧୮.୫ ଓଭର୍‌ରେ ୧୩୭ ରନ୍‌ରେ ଅଲଆଉଟ କରି ଦେଇଥିଲା କୋଲକାତା।

ଫଳରେ କୋଲାକତାକୁ ଆଇପିଏଲରେ ଦ୍ୱିତୀୟ ବିଜୟ ପାଇଁ ୧୩୮ ରନ୍‌ର ଟାର୍ଗେଟ ମିଳିଥିଲା। କୋଲକାତାର ସ୍ପିନର ବରୁଣ ଚକ୍ରବର୍ତ୍ତୀ କୌଣସି ୱିକେଟ ନେଇ ନଥିଲେ ମଧ୍ୟ ୪ ଓଭର୍‌ରେ ମାତ୍ର ୧୪ ରନ୍‌ ବ୍ୟୟ କରିଥିଲେ। କୋଲକାତା ନିଜର ଦ୍ୱିତୀୟ ବିଜୟ ସହ ପଏଣ୍ଟ ଟେବୁଲରେ ଟପ୍‌ରେ ପହଞ୍ଚିଛି ।

Advertisment

ମ୍ୟାଚ୍‌ ଜିତିବା ପରେ ରସଲଙ୍କ ପ୍ରଦର୍ଶନରେ କେକେଆର୍‌ ଦଳ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା । ରସଲ ମଧ୍ୟ କହିଥିଲେ ଯେ, ‘ମୁଁ ଜାଣିଛି, ମୁଁ କଣ କରିପାରିବି’। ଏହି କଥା ସେ ବ୍ୟାଟିଂ ସମୟରେ ନିଜ ପାର୍ଟନର ସାମ ବିଲିଙ୍ଗ୍ସଙ୍କୁ କହିଥିବାର ଶୁଣିବାକୁ ମିଳିଛି ।

IPL 2022 KKR Vs PBKS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ