Advertisment

ପ୍ଲେ ଅଫ୍‌ରେ ଏଣ୍ଟ୍ରି କରିବାର ଶେଷ ମୌକା; ଟସ୍‌ ଜିତି ଲକ୍ଷ୍ନୌର ବ୍ୟାଟିଂ

ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଆଜି ଲିଗ୍‌ ଷ୍ଟେଜରେ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି।

ଅଦ୍ୟତନ ହୋଇଛି
KKR vs LSG

KKR vs LSG

Advertisment

ଆଇପିଏଲ୍‌ ୨୦୨୨ ର ୬୬ ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଏଣ୍ଟ୍ସ । ଏହି ମ୍ୟାଚ୍‌ଟି ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ସଂଧ୍ୟା ୭.୩୦ ରେ ଖେଳାଯାଇଛି । ଆଇପିଏଲ୍‌ରେ ବର୍ତ୍ତମାନ ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ସବୁ ଟିମ୍‌ ଜୋର୍‌ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍‌ଟି କେକେଆର୍‌ ଓ ଲକ୍ଷ୍ନୌ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ଲକ୍ଷ୍ନୌ ଅଧିନାୟକ କେ ଏଲ୍‌ ରାହୁଲ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି ।

Advertisment

ଏହି ମ୍ୟାଚ୍‌ ଜିତିଲେ ଲକ୍ଷ୍ନୌ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବ। ହାରିଲେ ବି ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ ନାହିଁ। କିନ୍ତୁ ଦିଲ୍ଲୀ ଓ ଆରିସିବି ଯଦି ନିଜ ନିଜ ମ୍ୟାଚ୍‌କୁ ବୃହତ୍ତ ବ୍ୟବଧାନରେ ଜିତି ନିଅନ୍ତି, ତା’ହେଲେ ଲକ୍ଷ୍ନୌ ଟପ୍‌ ୪ରୁ ବାଦ ପଡ଼ିଯିବ। ଏବେ ଲକ୍ଷ୍ନୌ ପାଖରେ ୧୬ ପଏଣ୍ଟ ରହିଛି। ତେଣୁ ଆଜିର ମ୍ୟାଚ୍‌ ଜିତିଲେ ଦଳ ଟପ୍‌ ୨ରେ ରହିପାରିବ।

ଅନ୍ୟପକ୍ଷରେ କୋଲକାତା ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ରେ ହାରିଲେ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ। ସେହିପରି ଜିତିଲେ ମଧ୍ୟ ଦିଲ୍ଲୀ, ହାଇଦ୍ରାବାଦ ଓ ଆରସିବି ମ୍ୟାଚ୍‌ ଉପରେ ଟିମ୍‌ର ଭାଗ୍ୟ ନିର୍ଭର କରିବ। ଯଦି ଏହି ଦଳ ଗୁଡ଼ିକ ନିଜ ନିଜର ପରବର୍ତ୍ତୀ ମ୍ୟାଚ୍‌ ହାରି ଯାଆନ୍ତି ଓ ଆଜି କୋଲକାତା ବୃହତ ବ୍ୟବଧାନରେ ଲକ୍ଷ୍ନୌକୁ ହରାଇବ, ତା’ହେଲେ ଶ୍ରେୟସ ଆୟାର ଆଣ୍ତ କୋ ଟପ୍‌ ୪ରେ ପ୍ରବେଶ କରିବେ।

Advertisment
IPL 2022 KKR Vs LSG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ