Jason Roy
ଆଇପିଏଲ ୨୦୨୨ ର ସଂସ୍କରଣ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ଥିବା ବେଳେ ଗୁଜୁରାଟ ଟାଇଟନ୍ସକୁ ଶକ୍ତ ଧକ୍କା ଲାଗିଛି । ଚଳିତ ଅକ୍ସନରେ ଗୁଜୁରାଟ ଫ୍ରାଞ୍ଚାଇଜ୍ ୨ କୋଟି ଖର୍ଚ୍ଚ କରି ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜେସନ୍ ରୟକୁ ନିଜ ଟିମ୍ରେ ସାମିଲ କରିଥିଲା । ଆଜି ରୟ ଏକ ଭାବବିହ୍ୱଳ ଟ୍ୱିଟ୍ ମାଧ୍ୟମରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆଗାମୀ ସଂସ୍କରଣରୁ ବାହାରି ଯିବା କଥା ସ୍ପଷ୍ଟ କରିଛନ୍ତି ।
ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ଅକ୍ସନ ହୋଇଥିଲା । ଏହି ଅକ୍ସନରେ ଗୁଜୁରାଟ ଟାଇଟନ୍ସ ପୂର୍ବରୁ ହାର୍ଦ୍ଦିକ ପାଣ୍ତ୍ୟା, ଶୁଭମନ ଗିଲ୍, ରାସିଦ ଖାନ୍କୁ ରିଟେନ କରିଥିବା ବେଳେ, ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ ଜେସନ୍ ରୟକୁ ୨ କୋଟି ବେସ ପ୍ରାଇସରେ କିଣିଥିଲା। ତେବେ ଟିମ୍ ଜେସନ ରୟକୁ ନେଇ ରଣନୀତି କରିଥିବା ବେଳେ ଏବେ ରଏଙ୍କ ନ ଖେଳିବା ଖବର ଟିମ୍କୁ ଶକ୍ତ ଧକ୍କା ଦେଇଛି ।
ରୟ କହିଛନ୍ତି ଯେ, ଏହି ଖବର ପରେ ଲୋକେ ତାଙ୍କୁ ଟ୍ରୋଲ କରିପାରନ୍ତି, କିନ୍ତୁ ସେ ନିଜ ପରିବାର ସହ କିଛି ସମୟ ବିତାଇବେ ବୋଲି କହିଛନ୍ତି। ସେ ଟ୍ୱିଟ୍ ରେ ଲେଖିଛନ୍ତି ଯେ, "ସମସ୍ତଙ୍କୁ ନମସ୍କାର, ବିଶେଷକରି ଗୁଜୁରାଟ ଟାଇଟାନ୍ସ ପ୍ରଶଂସକ ଏବଂ ଦଳକୁ। ମୁଁ ଛାତିକୁ ପଥର କରି କହୁଛି ଯେ ଚଳିତ ବର୍ଷର ଟୁର୍ନାମେଣ୍ଟରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଛି। ମୁଁ ଟିମ୍ ପରିଚାଳନା ଓ ଅଧିନାୟକ ହାର୍ଦ୍ଦିକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କି ସେ ମୋ ଉପରେ ବିଶ୍ୱାସ ରଖି ମୋତେ ନିଲାମରେ ନେଇଥିବାରୁ । ଗତ ୩ ବର୍ଷ ମଧ୍ୟରେ ଦୁନିଆରେ ଏତେକିଛି ଚାଲିଥିବାବେଳେ ଏହି ଖବର ଯୋଡି ହୋଇ ମୋ ଜୀବନକୁ ପ୍ରଭାବିତ କରିଛି ବୋଲି ରୟ ଏକ ସରକାରୀ ବିବୃତ୍ତିରେ କହିଛନ୍ତି”।
ସେ ଆହୁରି କହିଛନ୍ତି ଯେ "ମୁଁ ଅନୁଭବ କରୁଛି ଯେ ଏହା ଠିକ୍ ଯେ ମୁଁ ମୋ ପରିବାର ସହିତ କିଛି ଭଲ ସମୟ ବିତାଏ। ଏଥିସହ ପରବର୍ତ୍ତୀ ଦୁଇମାସ ପରେ ମୋ ଖେଳ ଉପରେ ସମୟ ଅତିବାହିତ କରିବି । ମୁଁ ଟାଇଟାନ୍ସର ପ୍ରତ୍ୟେକ ଖେଳ ଅନୁସରଣ କରିବି ଏବଂ ବ୍ୟାକିଂ କରିବି | ଟୁର୍ନାମେଣ୍ଟର ପ୍ରଥମ ବର୍ଷରେ ସେମାନଙ୍କୁ ଟ୍ରଫି ଉଠାଇବାକୁ ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Jason_Roy_1646136528.jpg)