Advertisment

ମୁମ୍ବାଇ ବିପକ୍ଷରେ ଟସ୍‌ ଜିତି ଗୁଜୁରାଟର ବୋଲିଂ ନିଷ୍ପତ୍ତି

ଚଳିତ ଆଇପିଏଲର ୫୧ତମ ମ୍ୟାଚ୍‌ରେ ମୁହାଁମୁହୀଁ ହେଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଜୋର ଲଗାଇବ ଗୁଜୁରାଟ। ଏପଟେ ପଏଣ୍ଟ ଟେବୁଲରେ ନିଜକୁ ସମ୍ମାନୀୟ ସ୍ଥିତିରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ମୁମ୍ବାଇ ।

ଅଦ୍ୟତନ ହୋଇଛି
MI vs GT

MI vs GT

Advertisment

ଆଇପିଏଲ୍‌ ୨୦୨୨ ର ୫୧ ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଗୁଜୁରାଟ ୧୦ଟି ମ୍ୟାଚ୍‌ରୁ ୮ଟି ରେ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ଇଣ୍ତିଆନ୍ସ ୯ଟି ମ୍ୟାଚ୍‌ରୁ କେବଳ ଗୋଟିଏ ମ୍ୟାଚ୍‌ ଜିତି ପେଣ୍ଟ ଟେବୁଲ ଶେଷରେ ରହିଛି । ତେବେ ମୁମ୍ବାଇ ପ୍ଲେଅଫ୍‌ରେ ବାଦ ପଡ଼ିଥିବା ବେଳେ ଗୁଜୁରାଟ ନିଜର ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିବା ପାଇଁ ଆଜି ପଡ଼ିଆକୁ ଓହ୍ଲାଇବ । ଗୁଜୁରାଟ ଟାଇଟନ୍ସ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

Advertisment

ଗୁଜୁରାଟ ଚଳିତ ସିଜିନ୍‌ରେ ଭଲ ପ୍ରଦର୍ଶନ କରୁଥିବା ବେଳେ ପୂର୍ବ ମ୍ୟାଚ୍‌ଟି ପଞ୍ଜାବ କିଙ୍ଗ୍ସ ଠାରୁ ହାରିଯାଇଥିଲା । ସେହିପରି ମୁମ୍ବାଇ ମଧ୍ୟ ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ନିଜର ସମ୍ମାନ ରକ୍ଷା କରିଥିଲା । ମୁମ୍ବାଇ କ୍ରମାଗତ ୮ ଟି ମ୍ୟାଚ୍‌ରେ ପରାଜୟ ହାସଲ କରିବା ପରେ ଚଳିତ ସିଜିନ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି ।

ଦୁଇଟି ଟିମ୍‌ର ପ୍ଲେଇଙ୍ଗ୍‌ ଇଲେଭେନ୍‌

ମୁମ୍ବାଇ ଇଣ୍ତିଆନ୍ସ : ରୋହିତ ଶର୍ମା, ଇଶାନ କିଶାନ୍‌, ସୂର୍ଯ୍ୟକୁମାର ଯାଦବ, ତିଲକ୍‌ ଭର୍ମା, ଟିମ୍‌ ଡେଭିଡ୍‌, କାଇରନ୍‌ ପୋଲାର୍ଡ, ଡାନିଏଲ୍‌ ସାମ୍ସ, ମୁର୍ଗାନ ଅଶ୍ୱିନ୍‌, କୁମାର କାର୍ତ୍ତିକେୟା, ଜସପ୍ରିତ୍‌ ବୁମ୍ରା, ରିଲେ ମେରିଡିଥ୍‌

Advertisment

ଗୁଜୁରାଟ ଟାଇଟନ୍ସ : ଋଦ୍ଧିମାନ ଶାହା, ଶୁଭମନ ଗିଲ୍‌, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ତ୍ୟା, ଡେଭିଡ୍‌ ମିଲର୍‌, ରାହୁଲ ତେୱତିଆ, ରାସିଦ୍‌ ଖାନ୍‌, ପ୍ରଦିପ ସାଙ୍ଗୱାନ୍‌, ଲକି ଫର୍ଗୁସନ୍‌, ଅଲଜାରି ଜୋସେଫ୍‌, ମହମ୍ମଦ ଶାମି

IPL 2022 MI Vs GT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ