Advertisment

IPL 2022: ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କୁ କରୋନା, କ୍ୱାରେଣ୍ଟିନ୍‌ରେ ପୁରା ଟିମ୍‌

କ୍ୱାରେଣ୍ଟିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals)ର ପୁରା ଟିମ୍‌। କ୍ରିକେଟର Physio Patrick Farhart କରୋନା ପଜିଟିଭ୍‌ ଚିହ୍ନଟ ପରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଇଥିଲା।

ଅଦ୍ୟତନ ହୋଇଛି
Delhi Capitals team under quarantine

Delhi Capitals team under quarantine

Advertisment

କ୍ୱାରେଣ୍ଟିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals)ର ପୁରା ଟିମ୍‌। କ୍ରିକେଟର Physio Patrick Farhart କରୋନା ପଜିଟିଭ୍‌ ଚିହ୍ନଟ ପରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଇଥିଲା। ଏଥିରେ ଆଉ ଜଣେ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସର ପୁରା ଟିମ୍‌କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

Advertisment

ଆଗାମୀ ମ୍ୟାଚ୍‌ ପାଇଁ ପୁଣେ ଯାତ୍ରାକୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ସ୍ଥଗିତ ରଖିଥିବା ସୂଚନା ମିଳିଛି। କ୍ରିକ୍‌ବଜ୍‌ର ରିପୋର୍ଟ ଅନୁସାରେ, Delhi Capitals ଟିମ୍‌ର ଖେଳାଳିମାନେ ହୋଟେଲ୍‌ରେ ଆଇସୋଲେଟ୍‌ ହୋଇ ଅଛନ୍ତି। କ୍ରିକେଟର Physio Patrick କୋଭିଡ୍‌ ପଜିଟିଭ୍‌ ଚିହ୍ନ ପରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଇଥିଲା। ଏଥିରେ ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥିପାଇଁ ଟିମ୍‌କୁ ପୁଣେ ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିଥିବା ଜଣାପଡ଼ିଛି।

ଆଇପିଏଲ୍‌ ମ୍ୟାଚ୍‌ର (IPL 2022) ପଏଣ୍ଟ ଟେବୁଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ନମ୍ବର ସ୍ଥାନରେ ରହିଛି। ଏପ୍ରିଲ ୨୦ରେ ଟିମ୍‌ ଏହାର ଆଗାମୀ ମ୍ୟାଚ୍‌ ପଞ୍ଜାବ କିଙ୍ଗସ୍‌ ବିପକ୍ଷରେ ଖେଳିବ। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳା ଯିବ। ଏହି ମୁକାବିଲା ପାଇଁ ଟିମ୍‌କୁ ଏପ୍ରିଲ ୧୮ରେ ପୁଣେ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଟିମ୍‌ରେ କିଛି ଖେଳାଳି ପଜିଟିଭ୍‌ ଚିହ୍ନଟ ପରେ ଖେଳାଳିମାନେ ହୋଟେଲରେ ହିଁ ରହିଛନ୍ତି। 

Advertisment

ମିଳିଥିବା ସୂଚନା ଅନୁସାରେ, ଯେଉଁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ ସେ ପୁଣେ ଯାତ୍ରା କରିପାରିବେ। ଗତବର୍ଷ ମହାମାରୀ କରୋନା ଯୋଗୁ ଆଇପିଏଲ୍‌ ମ୍ୟାଚ୍‌ ପ୍ରଭାବିତ ହୋଇଥିଲା। କରୋନା ଯୋଗୁ ଆଇପିଏଲ୍‌-୨୦୨୧ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। 

COVID19 IPL IPL 2022 Delhi Capitals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ