Advertisment

ବାଜି ମାରିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ

ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ବାଜି ମାରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK)।  ମୁମ୍ବାଇକୁ ୨୦ ରନରେ ମାତ୍ ଦେଇଛି CSK। ଋତୁରାଜ ଗାଏକ୍ୱାଡଙ୍କ ଦମଦାର ଇନିଂସ୍ ଓ ଡ୍ୱେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା।

Chennai Super Kings Beat Mumbai Indians

Chennai Super Kings Beat Mumbai Indians

Advertisment

ଦୁବାଇ: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ବାଜି ମାରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK)।  ମୁମ୍ବାଇକୁ ୨୦ ରନରେ ମାତ୍ ଦେଇଛି CSK।  ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୧୫୬ ରନ୍ କରିଥିଲା। ଋତୁରାଜ ଗାଏକ୍ୱାଡଙ୍କ ଦମଦାର ଇନିଂସ୍ ଓ ଡ୍ୱେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା।

Advertisment

୧୫୭ ରନ୍ ଟାର୍ଗେଟ୍‌ରେ ବ୍ୟାଟିଂ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍‌ ହରାଇ ୧୩୬ ରନ୍‌ କରିଥିଲା। ଟିମ୍‌ ୪୦ ରନ୍ ଭିତରେ ୩ ୱିକେଟ୍ ହରାଇଥିଲା। ଡିକକ୍ ୧୭, ଅନ୍‌ମୋଲ୍‌ ପ୍ରୀତ ସିଂ ୧୬ ଓ ସୂର୍ଯ୍ୟ କୁମାର ଯାଦବ ୩ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ସୌରଭ ତିୱାରୀ ଅପରାଜିତ ଅର୍ଦ୍ଧ ଶତକ କରିଥିଲେ ବି ତାହା ଦଳ ପାଇଁ ବିଜୟ ଆଣିପାରିନଥିଲା।  

ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାଡ୍ ଅପରାଜିତ ୮୮ ରନ୍ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୨୬ ଏବଂ ଡ୍ୱେନ୍ ବ୍ରାଭୋ ୨୩ ରନ୍ କରିଥିଲେ। ୫୮ ବଲ୍‌ରୁ ବିସ୍ଫୋରକ ୮୮ ରନ୍ କରିଥିବା ଋତୁରାଜ ଗାଏକ୍ୱାଡ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍‌ ହୋଇଥିଲେ। 

Advertisment

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର ଏହି ନିଷ୍ପତ୍ତି ଟିମ୍ ଉପରେ ଭାରି ପଡ଼ିଥିଲା। ମୁମ୍ବାଇର ଷ୍ଟ୍ରାଇକ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭରରେ ଚେନ୍ନାଇକୁ ବଡ଼ ଝଟକା ଦେଇଥିଲେ। ଇନଫର୍ମ ଫାଫ୍ ଡୁପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୋଇନ୍ ଅଲୀ ମଧ୍ୟ ଖାତା ଖୋଲିପାରିନଥିଲେ। ଡ୍ୱେନ୍ ବ୍ରାଭୋ କ୍ରିଜକୁ ଆସିବା ମାତ୍ରକେ ଧୂଆଁଧାର ବ୍ୟାଟିଂ କରିଥିଲେ। ବ୍ରାଭୋ ବୋଲ୍ଟଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଛକା ମାରି ଚେନ୍ନାଇ ରନ୍ ଗତିକୁ ବଢ଼ାଇଥିଲେ। ତେବେ ତାଙ୍କୁ ଆଉଟ୍ କରିଥିଲେ ବୁମ୍ରା। ଋତୁରାଜ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଚେନ୍ନାଇକୁ ୧୫୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ଠାକୁର ୧ ରନ କରି ଅପରାଜିତ ଥିଲେ। ଆଜି କୋଲକତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। 

Advertisment
IPL 2021 Mumbai Indians Chennai Super Kings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ