Advertisment

ପାକିସ୍ତାନ ଠାରୁ ପ୍ରତିଶୋଧ ନେଲା ଭାରତ

ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା।

ଅଦ୍ୟତନ ହୋଇଛି
Asia Cup

Asia Cup

Advertisment

ଏସିଆ କପ୍‌ରେ ଭାରତ-ପାକିସ୍ତାନ ଦମଦାର ଫାଇଟରେ ମ୍ୟାଚ୍ ହାତେଇ ନେଲା ଭାରତ। ୧୪୮ ରନ୍ ଟାର୍ଗେଟକୁ ହାସଲ କଲା ଭାରତ। ୫ ଓ୍ବିକେଟ୍‌ରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ। ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ହୋଇଛି। ଛକା ମାରି ଜିତାଇଛନ୍ତି ହାର୍ଦ୍ଦିକ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଚାଲିଛି ହାଇଭୋଲ୍ଟେଜ୍ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ପାକିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ସମସ୍ତ ୱିକେଟ ହରାଇ ୧୪୭ ରନ୍ କରିପାରିଥିଲା। 

Advertisment

ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍  ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ଭଲ ଖେଳ ଦେଖାଇ ପାରି ନ ଥିଲେ।ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Advertisment

ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ଜବାବରେ ଭାରତ ପ୍ରଥମେ ରାହୁଲଙ୍କ ଓ୍ବିକେଟ୍ ହରାଇଥିଲା। ପରେ ପରେ  ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ୟାଭିଲିୟନ୍ ଫେରିଥିଲେ।

ଗତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ଦୁଇ ପ୍ରତିନ୍ଦ୍ୱନ୍ଦୀଙ୍କ ମଧ୍ୟରେ ହେଉଥିବା ହାଇଭୋଲଟେଜ ଟକ୍କର ଦେଖିବାକୁ ଦର୍ଶକ ସିଟ୍ ସମ୍ପୂର୍ଣ୍ଣ ବୁକ୍ ହୋଇଯାଇଥିଲା।

Advertisment

ଆଜି ଏସିଆ କପ୍ ଖେଳିି ଇତିହାସ ବିରାଟ କୋହଲି ଇତିହାସ ରଚିଛନ୍ତି। ଦେଶ ପାଇଁ ଶହେତମ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଲେ ବିରାଟ କୋହଲି। ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବାରେ ହେବେ ପ୍ରଥମ ଭାରତୀୟ; କୋହଲି ୧୦୨ ଟେଷ୍ଟ, ୨୬୨ ଦିନିକିଆ, ୯୯ ଟି-ଟ୍ୱେଣ୍ଟି ଖେଳିଛନ୍ତି।

Asia Cup Ind Vs Pak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ