ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍ ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି

ବାରବାଟୀ ଟି-20 ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ । ସକାଳ ୧୧ଟାରୁ ଆରମ୍ଭ ହୋଇଛି ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି। ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ।

Online Ticket

ବାରବାଟୀ ଟି-20 ପାଇଁ ଆଜି ଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ପେଟିଏମ୍‌କୁ ଟିକେଟ ବିକ୍ରି ପାଇଁ ଓସିଏ ପକ୍ଷରୁ ଦାୟିତ୍ୱ ଦିଆଯାଇଛି ।ସକାଳ ୧୧ଟାରୁ ଆରମ୍ଭ ହୋଇଛି ଅନଲାଇନରେ ଟିକେଟ ବିକ୍ରି । ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ । ଗ୍ୟାଲେରୀ ନମ୍ବର ୨,୪,୭ , ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ । 

ପେଟିଏମ୍ ଆପ୍ଲିକେସନ ନଚେତ ପେଟିଏମ୍ ଅନଲାଇନ ସାଇଟକୁ ଯାଇ ଟିକେଟ ବୁକିଙ୍ଗ କରିହେବବ । ନିଜର ଆଇଡ଼ି ପ୍ରୁଫ, ଫୋନ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ଟିକେଟ ବୁକ କରିବେ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ । ଏଥିସହ ୯ ତାରିଖ ରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ହେବ । ଜୁନ ୧୨ ତାରିଖରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ ।