Advertisment

World Cup 2023: ପାକିସ୍ତାନକୁ ଧୁଳି ଚଟାଇଲା ଭାରତ, ପଏଣ୍ଟ ଟେବୁଲର ଶୀର୍ଶରେ ପହଞ୍ଚିଲା

ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୮୬ ରନ୍ କରିଥିବା ବେଳେ ଶ୍ରେୟସ ଆୟାର ଅପରାଜିତ ୫୩ ରନ୍ କରିଛନ୍ତି ।

ଅଦ୍ୟତନ ହୋଇଛି
India-Pakistan Cricket

India-Pakistan Cricket

Advertisment

ବିଶ୍ୱକପରେ ଭାରତର ବଡ଼ ବିଜୟ । ଅହମ୍ମଦାବାଦରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ଭାରତ ଆଗରେ ଥିଲା ୧୯୨ ରନର ଟାର୍ଗେଟ୍। ଯାହାକୁ ଦଳ ମାତ୍ର ୩୦.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି। ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୮୬ ରନ୍ କରିଥିବା ବେଳେ ଶ୍ରେୟସ ଆୟାର ଅପରାଜିତ ୫୩ ରନ୍ କରିଛନ୍ତି। ଶୁଭମନ ଗିଲ୍ ଏବଂ ବିରାଟ କୋହଲି ଉଭୟେ ୧୬ ଲେଖାଏଁ ରନ୍ କରି ଆଉଟ୍ ହେବା ପରେ ପାଳି ସମ୍ଭାଳିନେଇଥିଲେ ରୋହିତ ଶର୍ମା ଓ ଆୟର।

Advertisment

ଅହମ୍ମଦାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ବୋଲର ଘାତକ ବୋଲିଂ କରିବା ପରେ ଦମ୍ ଦେଖାଇଛନ୍ତି ବ୍ୟାଟର। ଫଳରେ ପାକିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ୍ ଇଣ୍ଡିଆ। ତେବେ ଭାରତର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ପୁରା ପାକିସ୍ତାନ ବ୍ୟାଟିଂ ଲାଇନ ଅପ୍। ଦଳ ପ୍ରଥମେ ୧୫୫ ରନରେ ମାତ୍ର ୩ଟି ୱିକେଟ୍ ହରାଇଥିବା ବେଳେ ଶେଷ ୩୬ ରନ୍ ମଧ୍ୟରେ ୮ଟି ୱିକେଟ ହରାଇଥିଲା। 

ଅଧିନାୟକ ବାବର ଆଜମଙ୍କ ୫୦ ଓ ମହମ୍ମଦ ରିଜୱାନଙ୍କ ୪୯ ରନ୍ ବଳରେ ପାକିସ୍ତାନ ୧୯୧ ରନ୍ କରିପାରିଥିଲା। ବୁମରା, ସିରାଜ, ପାଣ୍ଡ୍ୟା, କୁଲଦୀପ ଓ ଜାଡେଜା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ୭ ଓଭରରେ ୧୯ ରନ୍ ଦେଇ ପାକିସ୍ତାନର ୨ ଟି ୱିକେଟ ନେଇଥିବା ଯଶପ୍ରୀତ ବୁମରା ହୋଇଛନ୍ତି ପ୍ଲେୟାର ଅଫ ଦି ମ୍ୟାଚ୍।

Advertisment
India Vs Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ