Advertisment

ICC World Cup 2023: ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍‌ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
ICC World Cup 2023 Ind Vs Pak

Ind Vs Pak

Advertisment

ବଦଳିପାରେ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ର ତାରିଖ । ଅକ୍ଟୋବର ୧୫ରେ ଏହି ମ୍ୟାଚ୍‌ ଖେଳାଯିବା ନେଇ ସମୟ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଏହା ବଦଳିବା ନେଇ ଚର୍ଚ୍ଚା ହେଉଛି । ଅକ୍ଟୋବର ୧୫ ବେଳକୁ ନବରାତ୍ରୀ ମହୋତ୍ସବ ପଡୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ‘କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩’ର କାର୍ଯ୍ୟସୂଚୀ ବଦଳିପାରେ ବୋଲି ‘ଇଣ୍ଡିଆନ୍‌ ଏକ୍ସପ୍ରେସ’ ରିପୋର୍ଟ କରିଛି ।

Advertisment

ଚଳିତବର୍ଷ ଭାରତରେ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଆୟୋଜନ ନେଇ ବେଶ୍‌ ଉତ୍ସାହିତ ଦେଶବାସୀ । ୱାର୍ଲ୍ଡକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । କିନ୍ତୁ ICC ଦ୍ୱାରା ଧାର୍ଯ୍ୟ ହୋଇଥିବା ତାରିଖ ନବରାତ୍ରୀର ପ୍ରଥମ ଦିନ ପଡୁଛି । ସେହିଦିନ ଗୁଜରାଟର ପ୍ରାୟ ଅଞ୍ଚଳରେ ‘ଗରବା ରାତ୍ରୀ’ ପାଳନ କରାଯାଏ । ତେଣୁ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମ୍ୟାଚ୍‌ର ତାରିଖ ଉପରେ ପୁନର୍ବିଚାର କରିବା ଲାଗି BCCI କୁ କୁହାଯାଇଛି।

ସୂଚନାନୁଯାୟୀ ନବରାତ୍ରୀ ମହୋତ୍ସବ କାରଣରୁ ଖେଳ ତାରିଖ ପରିବର୍ତ୍ତନ କରିବା ଲାଗି ସୁରକ୍ଷା ଏଜେନ୍‌ସିମାନେ BCCI କୁ ସତର୍କ କରାଇଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ୍‌ ମ୍ୟାଚ୍‌ ସମୟ ବଦଳିପାରେ। ଖୁବଶୀଘ୍ର ଏ ପ୍ରସଙ୍ଗରେ ଆଲୋଚନା କରାଯିବ । ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ତାରିଖ ଘୋଷଣା କରାଯିବ ବୋଲି ଉପରୋକ୍ତ ସୂତ୍ରରୁ ଜଣାପଡ଼ିଛି।

Advertisment

ପ୍ରାୟ ୧ ଲକ୍ଷ ଦର୍ଶକ ବସିବା ଭଳି ସାମର୍ଥ୍ୟ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଏହି ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ ଆୟୋଜନ କରିବ । ନ୍ୟୁଜିଲାଣ୍ଡ୍‌-ଇଂଲଣ୍ଡ, ଭାରତ-ପାକିସ୍ତାନ, ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ତଥା ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ଉକ୍ତ ଷ୍ଟାଡିୟମ୍‌ରେ ଖେଳାଯିବ।

2023 Men's World Cup Narendra Modi Stadium ICC World Cup Ind Vs Pak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ