Advertisment

ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦମଦାର ଆରମ୍ଭ କଲେ ରୋହିତ ଶର୍ମା

ବଡ଼ ଟାର୍ଗେଟ ଦେବାକୁ ଲକ୍ଷ୍ୟ, ରୋମାଞ୍ଚକର ମ୍ୟାଚ ଆଶାରେ ଫ୍ୟାନ ...

ଅଦ୍ୟତନ ହୋଇଛି
India Vs New Zealand Semi Finals 2023

India vs New Zealand

Advertisment

ଆରମ୍ଭ ହେଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା। ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ । ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଟିମ୍‌ । ସେହିପରି ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ ଦଳ।

Advertisment

୧୨ବର୍ଷ ପୂର୍ବେ ବିଶ୍ୱକପ ଜିତିଥିଲା ​ଭାରତ। ଚଳିତ ବର୍ଷ ଏହାର ପୁନରାବୃତ୍ତି କରିବାର ସୁଯୋଗ । ହେଲେ ଏହି ନକ୍-ଆଉଟ ମୁକାବିଲାରେ ରୋହିତ ବାହିନୀ ଆଗରେ କିୱି ଚ୍ୟାଲେଞ୍ଜ । ଗତ ବିଶ୍ୱକପ ଅର୍ଥାତ ୨୦୧୯ରେ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଥିଲେ ଭାରତୀୟ ଦଳ। ଆଉ ସେଥର ବି ପ୍ରତିଦ୍ୱନ୍ଦୀ ଥିଲା ସେହି ନ୍ୟୁଜିଲାଣ୍ଡ ଟିମ୍। କିନ୍ତୁ ଏବେ ସେହି ପରାଜୟର ପ୍ରତିଶୋଧ ନେଇ କପ ହାତେଇବାର ଆହୁର ନିକଟତର ହେବ ରୋହିତ ଏଣ୍ଡ କୋ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶ୍ରେୟସ ଆୟର

ସେପଟେ ସାରା ଦେଶରେ କ୍ରିକେଟ ବିଶ୍ୱକପ୍ ମାନିଆ ଦେଖିବାକୁ ମିଳିଛି । ସେମିଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ କାମନା କରି ପୂଜାର୍ଚ୍ଚନା ସହ ବାରାଣାସୀର ଗଙ୍ଗାଘାଟରେ ଆଳତୀ ହୋଇଛି । ଏହାସହ ମ୍ୟାଚ ଦେଖିବାକୁ ଫ୍ୟାନମାନେ ବିଶେଷ ଆୟୋଜନ କରିଛନ୍ତି ।

Advertisment
World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ