Advertisment

ବିଶ୍ୱକପ୍ କ୍ରିକେଟର ପ୍ରଥମ ସେମିଫାଇନାଲ୍, ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ସେମି ସଂଘର୍ଷ... ଆଜି ମୁମ୍ବାଇ ୱାଙ୍ଖଡ଼େରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍, ପଡ଼ିଆରେ ପହଞ୍ଚି ଦୁଇ ଟିମ୍ ର ଅଭ୍ୟାସ... ଟସ୍ ଉପରେ ଉଭୟ କ୍ୟାପଟେନଙ୍କ ନଜର...

ଅଦ୍ୟତନ ହୋଇଛି
ICC Cricket World Cup 2023 Semi Final

IndVSNz

Advertisment

 ବିଶ୍ୱକପର ଆଜି ପ୍ରଥମ ସେମିଫାଇନାଲ । ମୁକାବିଲା ଅନବିଟେନ୍ ଟିମ୍ ଇଣ୍ଡିଆ ସହ ଗତଥରର ରନର୍ ଅପ୍ ନ୍ୟୁଜିଲାଣ୍ଡ ସହ । ୯ଟି ମ୍ୟାଚ୍ ଜିତି ରୋହିତ ଆଣ୍ଡ କୋ ପୁରା ଜୋସରେ ଥିବାବେଳେ ଅନ୍ୟପଟେ ପୁଣି ଥରେ ୨୦୧୯ର ସ୍ଥିତି ଦୋହରାଇବା ଲକ୍ଷ୍ୟରେ କେନ୍ ବ୍ରିଗେଡ୍ । ୱାଙ୍ଖଡେରେ ଦର୍ଶକ ଦେଖିବାକୁ ଯାଉଛନ୍ତି ବିଶ୍ୱକପର ସୁପର ଫାଇଟ୍।

Advertisment

୧୨ବର୍ଷ ପୂର୍ବେ ବିଶ୍ୱକପ ଜିତିଥିଲା ​ଭାରତ। ଚଳିତ ବର୍ଷ ଏହାର ପୁନରାବୃତ୍ତି କରିବାର ସୁଯୋଗ । ହେଲେ ଏହି ନକ୍-ଆଉଟ ମୁକାବିଲାରେ ରୋହିତ ବାହିନୀ ଆଗରେ କିୱି ଚ୍ୟାଲେଞ୍ଜ । ଗତ ବିଶ୍ୱକପ ଅର୍ଥାତ ୨୦୧୯ରେ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଥିଲେ ଭାରତୀୟ ଦଳ। ଆଉ ସେଥର ବି ପ୍ରତିଦ୍ୱନ୍ଦୀ ଥିଲା ସେହି ନ୍ୟୁଜିଲାଣ୍ଡ ଟିମ୍। କିନ୍ତୁ ଏବେ ସେହି ପରାଜୟର ପ୍ରତିଶୋଧ ନେଇ କପ ହାତେଇବାର ଆହୁର ନିକଟତର ହେବ ରୋହିତ ଏଣ୍ଡ କୋ।

ଦମ୍ ଆଉ ଫର୍ମ ଉଭୟକୁ ଦେଖିଲେ ଭାରତର ପଲ୍ଲା ଭାରି ଜଣାପଡୁଛି । କାରଣ ଏହି ବିଶ୍ୱକପରେ ଏପର୍ଯ୍ୟନ୍ତ ଏକମାତ୍ର ଅପରାଜେୟ ଭାବେ ଭାରତ ସବୁଠ ଶକ୍ତିଶାଳୀ ଦଳ ଭାବେ ବିବେଚିତ ହୋଇଛି । ଲିଗ ମ୍ୟାଚରେ ୯ରୁ ୯ ବିଜୟ ସହ ଅନବିଟେନ୍ ଟ୍ୟାଗର ଉର୍ଜାରେ ପରିପୂର୍ଣ୍ଣ ମେନ ଇନ୍ ବ୍ଲୁ । ସେହିପରି ଲିଗ ମ୍ୟାଚରେ କିୱି ଟିମ ସହ ଜବରଦସ୍ତ ମୁକାବିଲାରେ ୪ ୱିକଟରେ ବିଜୟୀ ହୋଇଥିଲା ରୋହିତ ସେନା।

Advertisment

ଟିମ ପ୍ରଦର୍ଶନ ଉପରେ ନଜର ପକାଇଲେ ଭାରତ ସବୁ ବିଭାଗରେ ପ୍ରତିଦ୍ୱନ୍ଦୀ ଦଳରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ସବୁ ମ୍ୟାଚରେ ଭାରତ ଦେଖାଇଛି ଉଭୟ ବୋଲିଂ ଓ ବ୍ୟାଟିଂରେ ସନ୍ତୁଳନ । ବ୍ୟାଟସମ୍ୟାନଙ୍କୁ ନେଇ ଭାରତ ଟେନସନ ଫ୍ରି। ବିରାଟ କୋହଲି ସିଟ୍ ଆଙ୍କର ଭୂମିକା ତୁଲାଇ ଦଳ ପାଇଁ କନ୍ଫିଡେନ୍ସର ମୁଖ୍ୟ କାରଣ ପାଲଟିଛନ୍ତି। ଦଳକୁ ଭଲ ଷ୍ଟାର୍ଟ ଦେବାରେ କ୍ୟାପଟେନ ରୋହିତ ଶର୍ମାଙ୍କ ବ୍ୟାଟିଂ ମଧ୍ୟ ତାରିଫଯୋଗ୍ୟ।

Advertisment

୭ଟି ଗେମରୁ ୨୯୦ ସ୍କୋର କରି ସୁବମନ ଗିଲ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। କେ ଏଲ ରାହୁଲ ମଧ୍ୟ ସ୍କୋର ବଢାଇବାରେ ସହାୟତା କରିଛନ୍ତି। ଶ୍ରେୟସ ଆୟର ସାମାନ୍ୟ ଝୁଣ୍ଟିଥିଲେ ମଧ୍ୟ ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ଅର୍ଦ୍ଧଶତକ ସହ କମବ୍ୟାକ ଇନିଂସ ତାଙ୍କ ମନୋବଳ ବଢାଇଛି। ମିଡିଲ ଅର୍ଡର ଅଧିକ ସମୟ ବ୍ୟାଟିଂ ସୁଯୋଗ ନପାଇଥିଲେ ମଧ୍ୟ ସୀମିତ ସୁଯୋଗରେ ଉପଯୋଗୀ ଇନିଂସ ଖେଳିଛନ୍ତି ରବୀନ୍ଦ୍ର ଜାଡେଜା ଏବଂ ସୁର୍ଯ୍ୟ କୁମାର ଯାଦବ।

ବୋଲିଂ ଆଟାକରେ ବୁମରା, ସାମି ଏବଂ ସିରାଜ ବିପକ୍ଷ ଦଲ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଛନ୍ତି। ସେହିପରି କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ମଧ୍ୟ ବିରୋଧୀ ଟିମ ପାଇଁ ଅନେକ ଥର ଘାତକ ପାଲଟିଛି। ...

ନ୍ୟୁଜିଲାଣ୍ଡ ବ୍ୟାଟିଂ ଲାଇନ-ଅପରେ ଦୃଢତା ନଥିଲେ ମଧ୍ୟ ରଚିନ ରବୀନ୍ଦ୍ରଙ୍କ ବ୍ୟାଟ ଦୃଢ ଜବାବ ଦେଇଛି ପ୍ରତିପକ୍ଷଙ୍କୁ । ଲିଗ ମ୍ୟାଚରେ ଭାରତ ବିପକ୍ଷରେ ଶତକ ହାସଲ କରିଥିବା ଡରେଲ ମିସେଲ ମଧ୍ୟ ଭଲ ଫର୍ମରେ ଅଛନ୍ତି। ବୋଲିଂରେ ମିସେଲ ସାଣ୍ଟନର, ଟ୍ରେଣ୍ଟ ବୋଲ୍ଟ୍,ଲୋକି ଫର୍ଗୁସନ ମଧ୍ୟ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇପାରନ୍ତି। ମୁମ୍ବାଇର ୱାଙ୍ଖଡେ ପିଚ ପେସରଙ୍କୁ ସୁହାଉଥିବାରୁ ଉଭୟ ଦଳର ବୋଲରଙ୍କ ପାଇଁ କାଲିର ମ୍ୟାଚ ଅଗ୍ନିପରୀକ୍ଷା ହେବ।

ବିଶ୍ୱକପରେ ଉଭୟ ଦଳଙ୍କ ସାମ୍ନାସାମ୍ନି ସ୍ଥିତିକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ଜଣାପଡୁଛି। ବିଗତ ୧୨ଟି ସଂସ୍କରଣରେ ଦୁଇ ଦଳ ୧୦ ଥର ମୁହାଁମୁହିଁ ହୋଇଛନ୍ତି। ନ୍ୟୁଜିଲାଣ୍ଡ ୫ଟିରେ ବିଜୟୀ ହୋଇଥିବାବେଳେ ଭାରତ ୪ଥର ବିଜୟୀ ହୋଇଛି। ତେବେ ଦୁଇ ଦଳ ମଧ୍ୟରେ ହୋଇଥିବା ଶେଷ ୫ଟି ଦିନିକିାଆ ମ୍ୟାଚରୁ ଟିମ ଇଣ୍ଡିଆ ୪ଟିରେ ବିଜୟୀ ହେବା ସହ ଲିଗ ମ୍ୟାଚରେ ବିଜୟ ଅଭିଜ୍ଞତା ନେଇ ଦୃଢ ମନୋବଳ ସହ ମୈଦାନକୁ ଓହ୍ଲାଇବ।

World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ