Advertisment

ICC World Cup 2023 : ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

ଚୂଡ଼ାନ୍ତ ଏକାଦଶରେ ଗିଲ୍‌ଙ୍କ ସ୍ଥାନରେ ଈଶାନ କିଶନ

ଅଦ୍ୟତନ ହୋଇଛି
ICCCricketWorldCup

ICCCricketWorldCup

Advertisment

ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ ମୁକାବିଲାରେ ଆଜି ଅଷ୍ଟ୍ରେଲିଆକୁ ଭେଟୁଛି ଭାରତ ।  ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ।

Advertisment

ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା

· ଚୂଡ଼ାନ୍ତ ଏକାଦଶରେ ଗିଲ୍‌ଙ୍କ ସ୍ଥାନରେ ଈଶାନ କିଶନ

· ୩ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ

· ସ୍ପିନ ବିଭାଗ ଦାୟିତ୍ୱରେ ଅଶ୍ୱିନ, ଜାଡେଜା ଓ କୁଲଦୀପ

· ବୁମରା ଓ ସିରାଜଙ୍କ ସହ ତୃତୀୟ ସିମର ଭୂମିକାରେ ହାର୍ଦ୍ଦିକ

· ଅଷ୍ଟ୍ରେଲିଆ ଟିମ୍‌ରେ ଦୁଇ ସ୍ପିନର; ଜାମ୍ପା ଓ ଅଲ୍‌ରାଉଣ୍ଡର ମାକ୍ସୱେଲ୍

· କଙ୍ଗାରୁ ଟିମ୍‌ରେ ୩ ସିମର; କମିନ୍ସ, ହାଜେଲଉଡ୍‌ ଓ ଷ୍ଟାର୍କ

· ବ୍ୟାଟିଂ ଅଲ୍‌ରାଉଣ୍ଡର ଭୂମିକାରେ କାମେରନ ଗ୍ରୀନ୍

୫ ଥରର ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ ସହ ପୁଣି ୨୦୧୧ର ବିଶ୍ୱକପ୍‌ ଇତିହାସର ପୁନରାବୃତ୍ତି ହେବା ସମ୍ଭାବନା ରଖିଛି ଭାରତ। ହେଲେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ ସବୁବେଳେ ଡୋମିନେଟିଂ କ୍ରିକେଟ ଖେଳି ଆସିଛି , ଏମିତି ବି ଦଳର ବିଶ୍ୱକପ୍‌ରେ ଅଭିଯ଼ାନ ସବୁବେଳେ ଦମ୍‌ଦାର ହୋଇଛି। ଏ ପର୍ଯ଼୍ୟନ୍ତ ବିଶ୍ୱକପ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୨ଟି ମ୍ୟାଚ୍‌ ଖେଳା ଯ଼ାଇଛି ଏବଂ ଅଷ୍ଟ୍ରେଲିଆ ସପକ୍ଷରେ ରେକର୍ଡ ଅଛି।

ଦଳ ୮ଟି ମ୍ୟାଚ୍‌ ଜିତିଛି ଏବଂ ଭାରତ ୪ଟି ମ୍ୟାଚ୍‌ ଜିତିଛି। ହେଲେ ଏଥରର ବିଶ୍ୱକପ୍‌ ଭିନ୍ନ ହେବ ନିଶ୍ଚୟ। କାରଣ ଭାରୀତୟ ଦଳ ଜବରଦସ୍ତ ଫର୍ମରେ ରହିଛି। ନିକଟରେ ଖେଳାଯ଼ାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜରେ ପରାଜିତ ବି କରିଛି ଏବଂ କଙ୍ଗାରୁ ଟିମ୍‌ ଠାରୁ ଆଉ ଗୋଟେ ଆଡଭାଣ୍ଟଭେଜ ସ୍ଥିତିରେ ଭାରତ ଅଛି। ତା’ ହେଉଛି ହୋମ୍‌ ଗ୍ରାଉଣ୍ଡ ଏବଂ ହୋମ୍‌ କ୍ରାଉଡର ସପୋର୍ଟ।

Advertisment
ICC World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ