India - Australia
ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ଉଭୟ ଦଳ ପାଇଁ ଏହା ହେଉଛି ଶେଷ ସିରିଜ୍ । ତେଣୁ ବିଶ୍ୱକପ୍ ପୂର୍ବରୁ ଏହି ସିରିଜି ଉଭୟ ଦଳର ଶେଷ ପରୀକ୍ଷା । ଏହି ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ମଧ୍ୟାହ୍ନ ୧.୩୦ରେ ମୋହାଲିରେ ଖେଳାଯିବ । ଦଳର ସମୀକରଣକୁ ପରୀକ୍ଷାନୀରିକ୍ଷା କରିବାର ଏହା ହେଉଛି ଶେଷ ସୁଯେଗ। ତେଣୁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ଏହି ସିରିଜ ଜିତି ବିଶ୍ୱକପରେ ଫେଭରାଇଟ୍ ଟିମ ଭାବେ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବାର ଲକ୍ଷ ରଖିଛି ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ୍ ଯାଦବଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏପରି ସ୍ଥିତିରେ କୋଚ୍ ରାହୁଲ ଦ୍ରାବିଡ୍ ଦଳର ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ପରୀକ୍ଷା କରିବାର ଉପଯୁକ୍ତ ସମୟ ବୋଲ ବିବେଚନା କରିଛନ୍ତି । ତେଣୁ ପ୍ରଥମ ଦୁଇ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ.ଏଲ ରାହୁଲ ।
ସେହିପରି ରୋହିତ, କୋହଲି, ହାର୍ଦ୍ଦିକଙ୍କ ସ୍ଥାନରେ ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୁଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଅନ୍ୟପକ୍ଷରେ ଏସିଆ କପରେ ବିଜୟ ଯୋଗୁ ଟିମ୍ ଇଣ୍ଡିଆର ମନୋବଳ ସୁଦୃଢ଼ ରହିଛି। ତେଣୁ ସେହି ଫର୍ମ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବଜାୟ ରଖିବାକୁ ଚେଷ୍ଟା କରିବ ଭାରତ।
ଅନ୍ୟପଟେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ତା’ର ଫେବରାଇଟ୍ ପ୍ଲେଇଂ ୧୧ ଚୁଡ଼ାନ୍ତ କରିବାରେ ସକ୍ଷମ ହୋଇପାରିନି। ଟ୍ରାଭିସ୍ ହେଡଙ୍କ ଆହତ କାରଣରୁ ପ୍ଲାନ୍ ପରିବର୍ତ୍ତନ କରାଯାଇଛି । କ୍ୟାପଟେନ୍ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍ ଓ ମିଚେଲ ଷ୍ଟାର୍କ ଦଳକୁ ଫେରିଛନ୍ତି। ସେହିପରି ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ଆଜି ଭାରତରେ ପହଞ୍ଚିବେ। ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ଉଭୟ ମ୍ୟାକ୍ସୱେଲ ଓ ଷ୍ଟାର୍କ ଖେଳିବେ ନାହିଁ।
ଭାରତୀୟ ଦଳରେ ଇଶାନ କିଶାନ, ଶୁବମନ ଗିଲ୍, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, କେଏଲ ରାହୁଲ, ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ଆର୍ ଅଶ୍ୱିନ, ମହମ୍ମଦ ସିରାଜ, ଜଶପ୍ରୀତ ବୁମ୍ରା ସ୍ଥାନ ପାଇବାର ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695366540.jpg)