Advertisment

SKYଙ୍କ ବିସ୍ଫୋରକ ଶତକ; ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ

ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍‌ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ।

ଅଦ୍ୟତନ ହୋଇଛି
IND vs NZ

IND vs NZ

Advertisment

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ବେ ଓଭାଲରେ ଖେଳାଯାଉଥିବା ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି ।କିୱି ଦଳକୁ ୬୫ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । 

Advertisment

ଆଜିର ମ୍ୟାଚରେ ପୁଣି ଚମକିଲେ ସୂର୍ଯ୍ୟକୁମାର ଯାଦବ ବା ସ୍କାଏ । ଅପରାଜୟ ୧୧୧ରନ କରିବା ସହ ଭାରତର ସ୍କୋରକୁ ୧୯୧ରେ ପହଞ୍ଚାଇଥିଲେ ସୂର୍ଯ୍ୟକୁମାର ଯାଦବ । ଭାରତ ଆରମ୍ଭରୁ ରିଷଭ ପନ୍ଥଙ୍କ ୱିକେଟ ହରାଇଥିଲା । ପରେ ଇଶାନ କିଶାନ ଓ ଶ୍ରେୟସ ଆୟରଙ୍କ ସହ ସୂର୍ଯ୍ୟକୁମାର ଯାଦବ ଭଲ ପାର୍ଟନର ସିପ୍ କରି ଦଳର ସ୍କୋର ୧୯୧ ରନରେ ପହଞ୍ଚାଇଥିଲେ ।

ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ବଲରୁ ୧୧୧ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ କିୱି ଦଳର ଫାଷ୍ଟ ବୋଲର ଟିମ ସାଉଦି ଏହି ମ୍ୟାଚରେ ହାଟ୍ରିକ୍ ଅର୍ଜନ କରିଛନ୍ତି । ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା ଓ ୱାସିଂଟନ ସୁନ୍ଦରଙ୍କ ୱିକେଟ ନେଇ ସେ ହାଟ୍ରିକ ଅର୍ଜନ କରିଛନ୍ତି ।

Advertisment

୧୯୧ ରନକୁ ପିଛା କରି ନ୍ୟୁଜିଲାଣ୍ଡ ୧୨୬ରନରେ ଅଲଆଉଟ୍ ହୋଇଛି । କିୱି ଅଧିନାୟକ କେନ ୱିଲିୟମସନ ୬୧ରନର ଇନିଂସ ଖେଳଥିଲେ । ଭାରତ ପକ୍ଷରୁ ଦୀପକ ହୁଡ୍ଡା ୪ଟି ୱିକେଟ ନେଇଥିବା ବେଳେ ଯୁଜବେନ୍ଦ୍ର ଚହଲଙ୍କୁ ୨ଟି ଓ ମହମ୍ମଦ ସିରାଜଙ୍କୁ ୨ଟି ୱିକେଟ ମିଳିଛି ।

Cricket Ind Vs NZ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ