Advertisment

ବଦଲା ନେବାକୁ ପ୍ରସ୍ତୁତ ଭାରତ, ମଇଦାନକୁ ଓହ୍ଲାଇବ ରାହୁଲଙ୍କ ଟିମ୍

ଟେଷ୍ଟ ସିରିଜରେ ୧-୨ରେ ପରାସ୍ତ ହେବା ପରେ ଟିମ ଇଣ୍ଡିଆ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ଦକ୍ଷିଣ ଆଫ୍ରିକା ଟେଣ୍ଡା ବାବୁମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ । ଟେଷ୍ଟ ସିରିଜରେ ବିଜୟ ପରେ ଦୃଢ ମନୋବଳ ଥିବା ଦକ୍ଷଣ ଆଫ୍ରିକା ଦଳ ଘରୋଇ ମାଟିରେ ଭଲ ପ୍ରଦର୍ଶନ କରିବା ଲାଗି ପ୍ରାକଟିକ୍ସ ଜାରି ରଖିଛି ।

India-South Africa ODI

India-South Africa ODI

Advertisment

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ୍। ବୋନାଲ୍ଡ ପାର୍କ ପାରେଲରେ ପ୍ରଥମ ମ୍ୟାଚ ଦିନିକିଆ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଦିନିକିଆ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଏହି ମ୍ୟାଚ ଖେଳା ଯିବ ।

Advertisment

ଟେଷ୍ଟ ସିରିଜରେ ୧-୨ରେ ପରାସ୍ତ ହେବା ପରେ ଟିମ ଇଣ୍ଡିଆ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ଦକ୍ଷିଣ ଆଫ୍ରିକା ଟେଣ୍ଡା ବାବୁମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ । ଟେଷ୍ଟ ସିରିଜରେ ବିଜୟ ପରେ ଦୃଢ ମନୋବଳ ଥିବା ଦକ୍ଷଣ ଆଫ୍ରିକା ଦଳ ଘରୋଇ ମାଟିରେ ଭଲ ପ୍ରଦର୍ଶନ କରିବା ଲାଗି ପ୍ରାକଟିକ୍ସ ଜାରି ରଖିଛି ।

ଖଗିସୋ ରାବାଡା, ଇଙ୍ଗିଡ଼ି ଭଲ ଫର୍ମରେ ରହିଥିବା ବେଳେ ସେପଟେ ବ୍ୟାଟିଂରେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳର ଭଲ ପ୍ରଦର୍ଶନ ରହିଛି । ତଥାପି ଦିନିକିଆରେ ଟିମ ଇଣ୍ଡିଆର ଭଲ ପ୍ରଦର୍ଶନ ରହିଛି । ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଟିମ ମେମ୍ବର ଭାବେ ଏହି ମ୍ୟାଚରେ ଖେଳିବେ । ତେଣୁ ଏହି ସିରିଜ ବେସ ରୋମା଼ଚକର ହେବ ବୋଲି ଆଶା କରାଯାଉଛି ।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ ହଠାତ୍ ଟେଷ୍ଟ୍‌ ଅଧିନାୟକ ପଦରୁ ବିରାଟଙ୍କ ଇସ୍ତଫା ନେଇ ହଇଚଇ ସୃଷ୍ଟି ହୋଇଛି। ବିସିସିଆଇ ସହ ବିବାଦକୁ ନେଇ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏପଟେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟ୍ୱିଟ୍ କରି ବିରାଟଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ଓ ବିସିସିଆଇ ଏହାକୁ ଗ୍ରହଣ କରୁଥିବା ଲେଖିବା ପରେ ଏହା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଏଥିପାଇଁ ବିସିସିଆଇକୁ ପରୋକ୍ଷରେ ଦାୟୀ କରିଛନ୍ତି। ତେବେ ରୋହିତ୍ ଶର୍ମା କିନ୍ତୁ ବିରାଟଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଟ୍ୱେଣ୍ଟି - ଟ୍ୱେଣ୍ଟି ଫର୍ମାଟ୍‌ ଅଧିନାୟକ ପଦରୁ ଓହରି ଯିବେ ବୋଲି ବିରାଟ ଘୋଷଣା କରିଥିଲେ। ତେବେ ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଦିନିକିଆ ଅଧିନାୟକ ପଦରୁ ବିରାଟଙ୍କୁ ହଟାଇ କେବଳ ଟେଷ୍ଟ୍‌ ଟିମ୍‌ର ଅଧିନାୟକ ଦାୟିତ୍ୱ ଦେଇଥିଲା। ଏହାକୁ ନେଇ ସେତେବେଳେ ବିବାଦ ଉପୁଜିଥିଲା।

Advertisment
Cricket India-South Africa ODI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ